ସାମନାକୁ ଆସିଲା ଆକ୍ରମଣ ପୂର୍ବରୁ ଆତଙ୍କୀ ଶିବିରର ପ୍ରଥମ ଫଟୋ, ଯେଉଁଠି ଭାରତୀୟ ବାୟୁସେନା ପକାଇଥିଲା ୧୦୦୦ କେଜିର ବମ୍

371

କନକ ବ୍ୟୁରୋ : ପୁଲଓ୍ଵାମା ଆକ୍ରମଣର ମାତ୍ର ୧୧ଦିନ ପରେ ଭାରତ ସେନା ପାକିସ୍ତାନକୁ ଦେଇଛି କଡ଼ା ଜବାବ । ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଥିଲେ । ଏଏନ୍ଆଇ ଦ୍ୱାରା ଭାରତୀୟ ବାୟୁସେନାର ମିରାଜ୍ ୨୦୦୦ ଲଢୁଆ ବିମାନ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବା ଆତଙ୍କବାଦୀ କ୍ୟାମ୍ପର ପ୍ରଥମ ଫଟୋ ସାମ୍ନାକୁ ଆସିଛି ।

ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣର ୧୨ ଦିନ ଭିତରେ କଡା ପ୍ରତିଶୋଧ ନେଇ ଭାରତ । ପାକିସ୍ତାନ ମାଟିରେ ଜବାବ ଦେଇଛି ଭାରତୀୟ ବାୟୁ ସେନା । ତେବେ ଏହି ଆକ୍ରମଣ ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଭାରତ । ପାକିସ୍ତାନ ଉପରେ ଆକ୍ରମଣ କରି ଦମ ଦେଖାଇଛି ଭାରତୀୟ ବାୟୁ ସେନା । ବାୟୁ ସେନାର ମିରାଜ -୨୦୦୦ ପ୍ରମାଣିତ କରିଦେଇଛି ଭାରତୀୟ ସେନାର ପରାକ୍ରମ ।