ଇଂଲଣ୍ଡ ବିପକ୍ଷରେ ଧୋନିଙ୍କ ଏମିତି ଏକ କ୍ୟାଚ, ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା । ପୂରା ଘଟଣା ଜାଣିବା ପାଇଁ ଦେଖନ୍ତୁ ଭିଡିଓ

45

ଅନ୍ତିମ ଟି-୨୦ରେ ଇଂଲଣ୍ଡକୁ ୭ ୱିକେଟରେ ମାତ ଦେଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି । ଏହାଛଡ଼ା ଲଗାତାର ୬ଟି ଟି-୨୦ ସିରିଜ ନିଜ ନାମରେ କରିଛି । ରୋହିତଙ୍କ ଧୂଆଁଧାର ୫୬ ବଲରୁ ଶତକ ଓ ଉଭୟ ବୋଲିଂ ଓ ବ୍ୟାଟିଂରେ ପାଣ୍ଡ୍ୟାଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ତା ନିଜ ମାଟିରେ ପରାସ୍ତ କରିଛି ଭାରତ । କିନ୍ତୁ ଏହି ମ୍ୟାଚରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂଙ୍କ ଗୋଟିଏ କ୍ୟାଚକୁ ନେଇ ଜୋର ଧରିଛି ଚର୍ଚ୍ଚା । କାରଣ ଧୋନିଙ୍କ ଏହି କ୍ୟାଚର ମୂଲ୍ୟ ୨୫ ଲକ୍ଷ ଟଙ୍କା ଥିଲା ।


ଇଂଲଣ୍ଡ ଟିମ ବ୍ୟାଟିଂ କରୁଥିବା ବେଳେ ୧୪ ତମ ଓଭରରେ ଏକ ଆକର୍ଷଣୀୟ କ୍ୟାଚ ନେଇଥିଲେ ମହେନ୍ଦ୍ର ସିଂ ଧୋନି । ଇଂଲଣ୍ଡ ପାଳିର ୧୪ ତମ ଓଭର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁଥିଲେ । ଏହି ଓଭରର ଚତୁର୍ଥ ବଲରେ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ବଡ ସଟ ଖେଳିବାକୁ ପ୍ରୟାସ କରିଥିଲେ । ତେବେ ମୋର୍ଗାନଙ୍କ ଏହି ସଟ ବହୁତ ଉଚ୍ଚକୁ ଉଠି ଯାଇଥିଲା । ଯାହାକୁ ଧୋନି କ୍ୟାଚ କରି ନେଇଥିଲେ । ତେବେ କ୍ୟାଚ ଧରିବା ଚକ୍କରରେ ଧୋନି ଭୁଲବଶତଃ ଏଲଇଡି ଷ୍ଟମ୍ପ ଭାଙ୍ଗି ଦେଇଥିଲେ ।

ଧୋନି ଯେଉଁ ଏଲଇଡି ଷ୍ଟମ୍ପ ଭାଙ୍ଗିଥିଲେ ତାହାର ଆନୁମାନିକ ମୂଲ୍ୟ ପାଖାପାଖି ୪୦,୦୦୦ ଡଲାର ବା ୨୫ ଲକ୍ଷ ଟଙ୍କା ଥିଲା । ତେବେ ଧୋନି ଯଦି ଏହି କ୍ୟାଚ ନ ଧରିଥାନ୍ତେ ତେବେ ମ୍ୟାଚର ଫଳାଫଳ ଅନ୍ୟ କିଛି ହୋଇଥାନ୍ତା । ଭାରତକୁ ଏଥିପାଇଁ ବଡ ମୂଲ୍ୟ ଦେବାକୁ ପଡିଥାନ୍ତା । ଏହି ମ୍ୟାଚରେ ଧୋନି ଆଉ ଦୁଇଟି ବିଶ୍ୱ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହି ମ୍ୟାଚରେ ଧୋନି ଗୋଟିଏ ପାଳିରେ ୫ଟି କ୍ୟାଚ ଧରିବାରେ ପ୍ରଥମ ୱିକେଟକିପର ହେବାର ସୋଭାଗ୍ୟ ହାସଲ କରିଛନ୍ତି । ଏହା ପୂର୍ବରୁ କୌଣସି ୱିକେଟକିପର ଟି-୨୦ରେ ଗୋଟିଏ ଇନିଂସରେ ୫ଟି କ୍ୟାଚ ନେଇ ନାହାନ୍ତି ।

ଏହାଛଡ଼ା ଅର୍ନ୍ତଜାତୀୟ ଟି-୨୦ ଫର୍ମାଟରେ ପ୍ରଥମ ୱିକେଟକିପର ଭାବେ ୫୦ କ୍ୟାଚ ଧରିବାର ଏକ ବିରଳ ରେକର୍ଡ ହାସଲ କରିଛନ୍ତି । ମାତ୍ର ୯୩ଟି ଟି-୨୦ ମ୍ୟାଚରେ ଏହି ରେକର୍ଡ ହାସଲ କରିଛନ୍ତି ଧୋନି । ଅନ୍ତିମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୫ଟି କ୍ୟାଚ ନେଇ ଧୋନି ମୋଟ ୫୪ଟି କ୍ୟାଚ ଧରି ସାରିଲେଣି ।