ବିସ୍ଫୋରଣରୁ ବର୍ତିଲେ ଜବାନ ! ସର୍ଚ୍ଚ ଅପରେସନ ବେଳେ କଲଭର୍ଟ ତଳୁ ଉଦ୍ଧାର ହେଲା ୨୫ କେଜି ଆଇଇଡି ବୋମା

22

କନକ ବ୍ୟୁରୋ : ସୁୁଙ୍କି ବିସ୍ଫୋରଣ ପରେ ପୁଣି ଏକ କଲଭର୍ଟ ତଳୁ ବିସ୍ଫୋରକ ଜବତ । ରାୟଗଡା-କଳାହଣ୍ଡି ସୀମାନ୍ତ ବିଜେପୁର ସିଆରପିଏଫ୍ କ୍ୟାମ୍ପ ନିକଟସ୍ଥ ନିୟମଗିରି ଅଂଚଳରୁ ୨୫ କେଜିର ଆଇଇଡି ବୋମା ଜବତ ହୋଇଛି । ସିଆରପିଏଫର ଜବାନ ମାନେ ସ୍ଥାନୀୟ ଡୁଙ୍ଗାବାହାଲ ଜଙ୍ଗଳରେ ସର୍ଚ୍ଚ ଅପରେସନ କରିବା ବେଳେ ଏହି ବୋମା ଉଦ୍ଧାର କରିଛନ୍ତି ।

କଲଭର୍ଟ ତଳେ ବୋମା ଥିବା ଜଣାପଡିବା ପରେ ସନ୍ଧାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ବୋମାକୁ ଜବତ କରିଛନ୍ତି । ଗୋଟିଏ ପଟେ ପଂଚାୟତ ନିର୍ବାଚନ ଲାଗି ରହିଥିବା ବେଳେ ଅନ୍ୟପଟେ ମାଓବାଦୀମାନେ କମ୍ବିଂ କରୁଥିବା ଯବାନଙ୍କୁ ଦୃଷ୍ଟିରେ ରଖି ଏଭଳି ବିସ୍ଫୋରକ ଖଂଜିଥିବା ଆଶଙ୍କା କରାଯାଉଛି । ତେବେ ଏନେଇ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି ।

ଦେଖନ୍ତୁ ଏହି ଭିଡିଓ :