ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୨୫କୁ ଛୁଇଁଲା, ଏକ ହଜାରର ନିକଟତର ହେଲା ଆକ୍ରାନ୍ତ ସଂଖ୍ୟା ।

7,007

କନକ ବ୍ୟୁରୋ : କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ୪ ଓ କର୍ଣ୍ଣାଟକରେ ୩ଜଣଙ୍କ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ହିମାଚଳପ୍ରଦେଶ, କେରଳ, ପଞ୍ଜାମ, ତାମିଲନାଡୁ ଓ ଜମ୍ମୁକାଶ୍ମୀରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଏହା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୯୩୧ ଭାରତୀୟ ଓ ୪୮ ଜଣ ବିଦେଶୀ ରହିଛନ୍ତି ଏବଂ ୮୬ଜଣ ସୁସ୍ଥ ହୋଇ ଫେରିଛନ୍ତିି । ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ବିଶ୍ୱରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୦ ହଜାର ଟପିଯାଇଛି । ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୬୪ହଜାର ଟପି ଯାଇଛି ।