ପୋଲିସ ରାଡାରରେ ଚାଇନା ଭାଇରସର ଗଡଫାଦର ! ଦିଲ୍ଲୀରେ ବସି ପଲ୍ଲୀରେ କରୁଥିଲା ଲୁଟ୍

40

କନକ ବ୍ୟୁରୋ : ମିଳିଲା ଚାଇନା ଭାଇରସ ମାଷ୍ଟରମାଇଣ୍ଡର ଠିକଣା । ବାହାରେ ବସି ରଚୁଥିଲା ବ୍ଲୁ-ପ୍ରିଂଟ, ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ଜଣାପଡିଲା କେମିତି ଭାଇରାଲ କରୁଥିଲା ଭାଇରସ୍ । ଗୋଟିଏ ସଫ୍ଟୱାର ସାହାଯ୍ୟରେ ଖାଲି କରି ଦେଉଥିଲା ଏଟିଏମ୍ । ଆଉ ଯେଉଁଥିପାଇଁ ସେ ବନିଯାଇଛି ଗଡଫାଦର । ଏହି ଗଡଫାଦର ଦିଲ୍ଲୀରେ ରହି ପଲ୍ଲୀରୁ କରୁଥିଲା ଲୁଟ୍ । ଆଖି ପିଛୁଳାକେ ଗାଏବ ହୋଇଯାଉଥିଲା ଟଙ୍କା । ଘଂଟାଏ ଭିତରେ କମାଉଥିଲା କୋଟି କୋଟି । ଯାହାକୁ ଧରିବା ପାଇଁ ଦିଲ୍ଲୀ ଓ ଡେରାଡୁନରେ ଡେରା ପକାଇଛି କମିଶନରେଟ ପୁଲିସ ସ୍ପେଶାଲ ସ୍କାର୍ଡର ୨ଟି ଟିମ୍ । ଖୁବଶୀଘ୍ର ଗଡଫାଦର ଲାଗିବ ପୁଲିସ ହାତରେ ।

ଗଡଫାଦର ରହୁଥିଲା ଦିଲ୍ଲୀରେ । ଅପରେସନ ହେଉଥିଲା ଭୁବନେଶ୍ୱର,କଟକରେ । ଅପରେସନରେ ମୋହରା ସାଜିଥିଲା ଅଜୟ ଚୌଧୁରୀ । ଅଜୟ ଚୌଧୁରୀର କାମ ଥିଲା, ଏଟିଏମର ୟୁଏସବି ପୋର୍ଟରେ ପେନଡ୍ରାଇଭ ଲଗାଇବା ପରେ, ସ୍କ୍ରିନସଟ୍ ଗଡଫାଦରକୁ ପଠାଇବା । ଆଉ ସ୍କ୍ରିନସଟ୍ ପାଇବା ପରେ, ଚାଇନା ଭାଇରସ୍ ଜରିଆରେ ଗଡଫାଦର ଅଜୟକୁ ପଠାଉଥିଲା ପାସୱାର୍ଡ । କିଛି ସମୟ ପରେ, ସିଧାସଳଖ ଏଟିଏମରେ ପସି, ଲୁଟିନେଉଥିଲା ସମସ୍ତ ଟଙ୍କା । ନା ଏଟିଏମ ଭାଙ୍ଗୁଥିଲା, ନା ଧରାପଡିବାର ଭୟ ଥିଲା । ଆଉ ଏହି ଗଡଫାଦରରର ସନ୍ଧାନ ପାଇ ସାରିଛି ପୁଲିସ ।

ପ୍ରଥମେ ଅଜୟ, ତାପରେ ଅଜୟର ଗଡଫାଦର । ପୁଲିସ କହୁଛି ଏହି ଗ୍ୟାଙ୍ଗର ଅନ୍ୟ ୨ ଏଜେଂଟ ଏବେବି ଫେରାର । ତେବେ ଅଜୟ ଭଳି ଆଉ ଅନେକ ମୋହରା ଏବେ ପୋଲିସ ସ୍କାନରରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-