ଆଠମଲ୍ଲିକ ବସ୍ ଦୁର୍ଘଟଣା : ବସ୍ ମାଲିକଙ୍କ ଗିରଫ ପ୍ରତିବାଦରେ ଘରୋଇ ବସ୍ ମାଲିକ ସଂଘର ୨୪ଘଂଟିଆ ବନ୍ଦ ଡାକରା

41

vlcsnap-2016-09-29-08h45m31s197କନକ ବ୍ୟୁରୋ : ଗଡୁନି ଘରୋଇ ବସ୍ । ୨୪ ଘଂଟା ପାଇଁ ବନ୍ଦ ରହିବ ଚକ-ଅଖ । ବସ୍ ମାଲିକଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବସ୍ ମାଲିକ ସଂଘ । ଆଜି ସମଗ୍ର ରାଜ୍ୟରେ ୨୪ଘଂଟିଆ ବସ୍ ଚଳାଚଳ ବନ୍ଦ ରହିଛି । ସକାଳ ୬ଟାରୁ ତାପରଦିନ ୬ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରଖିଛି ବସ୍ ମାଲିକ ସଂଘ । ଏହି ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

ଏଥିରେ ସାମିଲ ହୋଇଛନ୍ତି ପ୍ରାୟ ୧୮ ହଜାର ଘରୋଇ ବସ୍ । ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ମହାରାଜା ବସର ମାଲିକଙ୍କୁ ଗିରଫ କରିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ସଂଘ । ମହାରାଜା ବସ୍ ମାଲିକଙ୍କ ନାଁରୁ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି । ବସ ବନ୍ଦ ଯୋଗୁଁ ସାଧାରଣ ଗମନାଗମନ ପ୍ରଭାବିତ ହୋଇଛି ।

captureସେହିପରି ରାଜ୍ୟ ଘରୋଇ ବସ୍ ସଂଘର ବନ୍ଦ ଡାକରା କେନ୍ଦୁଝରରେ ମଧ୍ୟ ଦେଖିବାକୁ ମିଳିଛି । ବସ୍ ଚଳାଚଳ ବନ୍ଦ ରହିଛି । କେନ୍ଦୁଝର ବସ୍ ଷ୍ଟାଂଡରେ ସମସ୍ତ ବସ୍ ଠିଆ ହୋଇଛି । ଫଳରେ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ବସ୍ ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ଟ୍ରେନ ଉପରେ ନିର୍ଭର କରୁଛନ୍ତି । ଅନ୍ୟଦିନ ଅପେକ୍ଷା କେନ୍ଦୁଝରଗଡ ରେଳ ଷ୍ଟେସନରେ ଗହଳି ଲାଗିଛି । ଯାତ୍ରୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଟିକଟ କାଟିବା ପାଇଁ ଅଧିକ ସମୟ ଲାଗୁଛି । ତେବେ ବସ୍ ବନ୍ଦ ଯୋଗୁଁ ଏଭଳି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା କହିଛନ୍ତି ଯାତ୍ରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –