ଖାକି ପିନ୍ଧି ବି ମହିଳା ଅସୁରକ୍ଷିତ ! ସୈତାନ୍ ସାଜିଲେ ଇନ୍ସପେକ୍ଟର୍

38

ମହିଳାଙ୍କ ସୁରକ୍ଷା ପାଇଁ ସବୁବେଳେ ଡିଣ୍ଡିମ ପିଟୁଥିବା ଦିଲ୍ଲୀ ପୁଲିସର ଜଣେ ଆଇଆଇସିଙ୍କ କଳା କାରନାମା ଏବେ ସାମ୍ନାକୁ ଆସିଛି । ଯାହା ଦିଲ୍ଲୀ ସରକାରଙ୍କ ପାଇଁ ଏକ ପ୍ରକାର ଲଜ୍ଜା ପାଲଟି ଯାଇଛି । ଉକ୍ତ ଅଫିସରଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ଖୋଦ୍ କିଛି ମହିଳା ପୁଲିସ୍ । ଏକାଥରେ ୨୪ ଜଣ ମହିଳା ପୁଲିସ୍ ଏହି ଅଭିଯୋଗ ଆଣି ଅଭିଯୁକ୍ତଙ୍କ ଅସଲ ମୁଖା ଖୋଲିଛନ୍ତି ।

ଅଭିଯୁକ୍ତ ଆଇଆଇସି ଜଣକ ପୀଡିତା ମାନଙ୍କ ପ୍ରତି ଅଶ୍ଳୀଳ ଶବ୍ଦ ବ୍ୟବହାର କରିବା ସହ କ୍ୟାରିୟର ମଧ୍ୟ ଶେଷ କରିଦେବାର ଧମକ ଦିଅନ୍ତି ବୋଲି ଅଭିଯୋଗ ହୋଇଛି । ଏପରିକି ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ନେଇ କମେଂଟ୍ ମଧ୍ୟ କରିଥାନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏନେଇ କମିଶନର , ଡିସିପି , ଏପରିକି ଭିଜିଲାନ୍ସ ଜାଣି ମଧ୍ୟ ଚୁପ ରହିଛି । ଅଭିଯୁକ୍ତକୁ ଗିରଫ କରିବା ତ ଦୂରର କଥା ମାମଲା ମଧ୍ୟ ରୁଜୁ କରୁ ନାହାନ୍ତି । ଫଳରେ ନ୍ୟାୟ ପାଇବାର ଆଶା ଏବେ ଏହି ପୀତିତାମାନଙ୍କୁ ମହିଳା ଆୟୋଗର ଦ୍ୱାରସ୍ଥ କରାଇଛି ବୋଲି ରିପୋର୍ଟ ପ୍ରକାଶ କରିଛି ଜାଗରଣ ।