“ମନ କି ବାତ’ରେ ମୋଦିଙ୍କ କଡା ଆଭିମୁଖ୍ୟ : କହିଲେ, ଉରି ଆକ୍ରମଣକାରୀଙ୍କୁ ଛାଡିବନି ଭାରତ

60

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି “ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । “ମନ କି ବାତ’ କାର୍ଯ୍ୟକ୍ରମରେ କାଶ୍ମୀର ପ୍ରସଙ୍ଗରୁ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଉରି ଆତଙ୍କୀ ଆକ୍ରମଣରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ମୋଦି ସ୍ପଷ୍ଟ କରିଛନ୍ତି ଯେ, ଉରି ଆକ୍ରମଣକାରୀଙ୍କୁ ଛଡାଯିବ ନାହିଁ । କାଶ୍ମୀର ନାଗରିକଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାରଙ୍କର, ଓ ଏବେ କାଶ୍ମୀରବାସୀ ଶାନ୍ତି ଚାହୁଁଛନ୍ତି । ଭାରତୀୟ ସେନା କଥା କହେନାହିଁ ପରାକ୍ରମ କରେ ବୋଲି ମୋଦି କହିଛନ୍ତି ।

ପାରା ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନର ଭୁରି ଭୁରି ପ୍ରଶଂସା କରିଛନ୍ତି । ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ପ୍ରତି ଭାରତୀୟ ମାନେ ଅଧିକ ସଜାଗ ହୋଇଛନ୍ତି । ଏହାସହ ସ୍ୱଚ୍ଛ ଭାରତ ମିଶନ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏକ ଟୋଲ୍ ଫ୍ରୀ ନମ୍ବର ଜାରି କରିଛନ୍ତି । ଯେ କୌଣସି ବ୍ୟକ୍ତି ୧୯୬୯ ଡାଏଲ୍ କରି ସ୍ୱଚ୍ଛ ଭାରତ ମିଶନ ସମ୍ପର୍କରେ ସବିଶେଷ ବିବରଣୀ ପାଇପାରିବେ।

ଗାନ୍ଧୀ ଜୟନ୍ତି ଓ ଦୀପାବଳି ମଧ୍ୟରେ ଖଦିରେ ପ୍ରସ୍ତୁତ ବସ୍ତ୍ର କିଣିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ମୋଦି । ଏହାସହ ଅକ୍ଟୋବର ୨ରୁ ୮ତାରିଖ ପର୍ଯ୍ୟନ୍ତ ‘ଜଏ ଅଫ୍ ଗିଭିଂ’ ସପ୍ତାହ ପାଳନ କରିବା ପାଇଁ ଦେଶବାସୀଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୋଦି । ଏହା ମୋଦିଙ୍କର ୨୪ତମ “ମନ କି ବାତ’ କାର୍ଯ୍ୟକ୍ରମ । ଦୁଇ ବର୍ଷ ପୂର୍ବେ ବିଜୟା ଦଶମୀ ଦିନ ମୋଦିଙ୍କ “ମନ କି ବାତ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।