ଆନ୍ଦୋଳନରତ ନର୍ସଙ୍କୁ ଏନଏଚଏମ ନିର୍ଦ୍ଦେଶିକାଙ୍କ ମହଲତ ! କହିଲେ, ୨୪ ଘଂଟାରେ କାମରେ ଯୋଗନଦେଲେ କରାଯିବ ବହିଷ୍କାର

32

କନକ ବ୍ୟୁରୋ : ୨୪ ଘଂଟାର ମହଲତ । ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆନ୍ଦୋଳନ କରୁଥିବା ନର୍ସ ସଂଘକୁ ୨୪ ଘଂଟାର ମହଲତ ଦେଇଛନ୍ତି । ୨୪ ଘଂଟା ମଧ୍ୟରେ କାମରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନର୍ସ ସଂଘ ଆନ୍ଦୋଳନରୁ ଓହରିସାରିଛି । ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିଛି । କିଛି ଠିକା ନର୍ସ ଏବେ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ଯଦି ୨୪ ଘଂଟା ମଧ୍ୟରେ କାମରେ ଯୋଗନଦିଅନ୍ତି ବହିଷ୍କାର କରାଯିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି ।