କେରଳରେ ଫଶି ଥିବା ଓଡ଼ିଆଙ୍କୁ ନେଇ ଆସିବ ସ୍ୱତନ୍ତ୍ର ଟ୍ରେନ: ଏସଆରସିଙ୍କ ସୂଚନା, ବନ୍ୟା ପୀଡିତଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ହେଉଛି ତାଲିକା ପ୍ରସ୍ତୁତ

47

କନକ ବ୍ୟୁରୋ: କେରଳ ପ୍ରଳୟଙ୍କାରୀ ବନ୍ୟା ଉଜାଡି ଦେଇଛି ସବୁକିଛି । ଲଗାଣ ବର୍ଷା ଫଳରେ ସବୁଆଡେ ପାଣି ଓ ପାଣି । କେରଳର ବନ୍ୟା ସ୍ଥିତି ନେଇ ଏସଆରସି ସୂଚନା ଦେଇଛନ୍ତି । କେରଳରେ ଫସି ରହିଥିବା ଓଡିଆଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । କେରଳ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଯୋଗାଯୋଗ ରହିଥିବା ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ସ୍ପେଶାଲ ଟ୍ରେନରେ ଓଡିଶା ଆଣିବାକୁ ବ୍ୟବସ୍ଥା ହୋଇଛି । ସଂପର୍କୀୟଙ୍କ ସୂଚନା ଆଧାରରେ ଯୋଗଯୋଗ କରାଯାଉଥିବା ଏସଆରସି କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କେରଳର ଏର୍ଣ୍ଣାକୁଲମ ଠାରୁ ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ। ଏର୍ଣ୍ଣାକୁଲମ-ସାନ୍ତ୍ରାଗାଛି ଟ୍ରେନ ମଙ୍ଗଳବାର ସକାଳ ୭ଟାରେ ଭୁବନେଶ୍ୱର ପହଞ୍ଚିବ। ସେହିଭଳି ଅନ୍ୟ ଏକ ଟ୍ରେନ ଏର୍ଣ୍ଣାକୁଲମ-ସାନ୍ତ୍ରାଗାଛି ଦିନ ୧୧ଟାରେ ଏଠାରେ ପହଞ୍ଚିବ।

କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ଦେଲା ୧୦ କୋଟି

କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ସରକାର ୧୦ କୋଟି ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ରବିବାର ପୁଣି ୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଛନ୍ତି। ପୂର୍ବରୁ ସେ ୫ କୋଟି ଟଙ୍କା ସହାୟତା ଦେଇଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିବା ଜଣାପଡ଼ିଛି। ଏଥି ସହିତ ନବୀନ ପଟ୍ଟନାୟକ କହିଛନ୍ତି, କେରଳରେ ଫସିରହିଥିବା ଓଡ଼ିଆଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରାକୃତିକ ଦୁର୍ବିପାକ କ’ଣ ତାହା ଓଡ଼ିଶା ଜାଣିଛି। ନବୀନ କେରଳ ବନ୍ୟା ପୀଡ଼ିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି।