ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ବସ ମାଲିକଙ୍କୁ ଗିରଫ ପ୍ରତିବାଦରେ ଆସନ୍ତାକାଲି ରାଜ୍ୟରେ ୨୪ଘଂଟିଆ ବସ୍ ଚଳାଚଳ ବନ୍ଦ

52

କନକ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲି ସମଗ୍ର ରାଜ୍ୟରେ ୨୪ଘଂଟିଆ ବସ୍ ଚଳାଚଳ ବନ୍ଦ ରହିବ । କାଲି ସକାଳ ୬ଟାରୁ ତାପରଦିନ ୬ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନେଇଛିି ବସ ମାଲିକ ସଂଘ । ଏହି ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ।

ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ମହାରାଜା ବସର ମାଲିକଙ୍କୁ ଗିରଫ କରିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ସଂଘ । ମହାରାଜା ବସ୍ ମାଲିକଙ୍କ ନାଁରୁ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ସଂଘ । ତେବେ ଏହି ବନ୍ଦରୁ ସ୍କୁଲ , କଲେଜ ବସ୍ ବାଦ ଦିଆଯାଇଛି ।