ବଡ ବଡ ଟିଭି, ପାୱାର ବ୍ୟାଙ୍କ ଭଳି ଦୈନନ୍ଦିନ ଜୀବନରେ ବ୍ୟବହୃତ ୧୭ଟି ବସ୍ତୁ ଏବଂ ୬ଟି ସେବା, ଆଜିଠାରୁ ହେଲା ଶସ୍ତା

444

ସାଧାରଣ ଜନତା ବ୍ୟବହାର କରୁଥିବା ୧୭ଟି ବସ୍ତୁ ଏବଂ ୬ଟି ସେବାଗୁଡିକ ଉପରେ ହ୍ରାସ ପାଇଥିବା ଜିଏସଟି ଦରକୁ ଆଜିଠାରୁ ଲାଗୁ କରିଦିଆଯାଇଛି । ଏଥିରେ ୩୨ ଇଂଚ ପର୍ଯ୍ୟନ୍ତର ମନିଟର-ଟିଭି, ମୁଭି ଟିକେଟ, ଟାୟାର , ଗାଡି ପାର୍ଟସ, ଲିଥିୟମ ଆୟନ ବ୍ୟାଟେରୀ ବାଲା ପାଓାର ବ୍ୟାଙ୍କ, ଡିଜିଟାଲ କ୍ୟାମେରା, ଭିଡିଓ ଗେମ କନସୋଲ ଭଳି ଜିନିଷ ଶସ୍ତା ହେବ ।

ନିକଟରେ ଦିଲ୍ଲୀରେ ବସିଥିବା ଜିଏସଟିର ୩୧ ତମ ଜିଏସଟି ପରିଷଦ ବୈଠକରେ ୩୩ଟି ଆଇଟମ ଉପରେ ଜିଏସଟି ଦର ହ୍ରାସ ପାଇଛି । ଏଥିସହିତ ହିଁ ୬ଟି ଆଇଟମକୁ ୨୮ ପ୍ରତିଶତ ସ୍ଲାବରୁ ୧୮ ପ୍ରତିଶତକୁ ଅଣାଯାଇଥିଲା । ସେହିପରି ୨୬ଟି ଆଇଟମକୁ ୧୮ ପ୍ରତିଶତ ସ୍ଲାବରୁ ୧୨ ପ୍ରତିଶତକୁ ଅଣାଯାଇଛି । ଯେଉଁଥିରେ ବିଳାଶପୂର୍ଣ୍ଣ ବସ୍ତୁ ଏବଂ ତମ୍ବାକୁ –ସିଗାରେଟକୁ ଛାଡି ଦେବା ପରେ ନିତ୍ୟ ବ୍ୟବହାର‌୍ୟ୍ୟ ବସ୍ତୁଗୁଡିକୁ ୧୮ ପ୍ରତିଶତ ଜିଏସଟି ପରିସରରେ ରଖାଯାଇଛି । ତେବେ ଏହି ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁଗୁଡିକରେ ଏଲଇଡି ଟିଭି , ଗିଅରବକ୍ସ, ରିଟ୍ରେଡେଡ୍ ଟାୟାର, ପାଓ୍ଵାର ବ୍ୟାଙ୍କ, ଲିଥିୟମ ଆଇରନ ବ୍ୟାଟେରୀ, କମ୍୍ୟୁଟର ମନିଟର, ୟୁପିଏସ, ଡିଜିଟାଲ କ୍ୟାମେରା, ୱାଶିଂମେସିନ ଏବଂ ପାଣି ଗରମ କରୁଥିବା ୱାଟର ହିଟର ସାମିଲ ରହିଛି ।

ଜୋତା ଉପରେ ଜିଏସଟି ହାର ୧୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଗୁ ହେବ । ଫ୍ରୋଜେନ ଭେଜିଟେବୁଲ ଉପରେ ଜିଏସଟି ଲାଗୁ ହେବ ନାହିଁ । ସେହିପରି ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ ଉପରେ ଟିକସ ହାର ୧୨ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ସିନେମା ଟିକେଟ ଶସ୍ତା ହେବ । ସେହିପରି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସୋଲାର ଏନର୍ଜି ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏକ ସାଧାରଣ ସଂଚୟ ଜମା ଖାତା କିମ୍ବା ଜନଧନ ଖାତା ଖୋଲିବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । ଏବେ ମାତ୍ର ୨୮ଟି ବିଳାଶମୟ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏସବୁ ଜିଏସଟି ହ୍ରାସ ଜାନୁୟାରୀ ୧ରୁ ଲାଗୁ ହେବ । ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି ।