କଳାହାଣ୍ଡିରେ ମାତିଛନ୍ତି ଚୋରା ଧାନବେପାରୀ ! ଖଣ୍ଡିଡଙ୍ଗରିଗୁଡା ଦଲାଲଙ୍କ ଖଳାରୁ ଜବତ ହେଲା ୨୨୮୦ ବସ୍ତା ଧାନ

33

କନକ ବ୍ୟୁରୋ : ଧାନ ଦଲାଲଙ୍କ ଖଳାରୁ ଜବତ ହେଲା ୨୨୮୦ ପ୍ୟାକେଟ ଧାନ ବସ୍ତା । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଣ୍ଡିଡଙ୍ଗରିଗୁଡାର ଗାଁରୁ ଜବତ ହୋଇଛି ବେଆଇନ ଭାବେ ଗଚ୍ଛିତ ବସ୍ତା ବସ୍ତା ଧାନ । ଖଣ୍ଡିଡଙ୍ଗରିଗୁଡା ଗୌତମ ବିହାରୀଙ୍କ ଖଳାରୁ ୧ ହଜାର କ୍ୱିଂଟାଲ ଧାନ ଜବତ ହୋଇଥିବା ଜଣା ପଡିଛି । କଲମପୁର ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ ଅଧିକାରୀ ଅତର୍କିତ ଚଢାଉ କରି ୨୨୮୦ ପାକେଟ ଧାନ ବସ୍ତା ଜବତ କରିଛନ୍ତି । ଜବତ ଧାନର ମୂଲ ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଚୋରା ଧାନ ବେପାରୀ ଗୌତମ ବିହାରୀ ଗଚ୍ଛିତ ଧାନର କାଗଜପତ୍ର ଯୋଗାଣ ବିଭାଗର ଅଧିକାରୀଙ୍କୁ ଦେଖାଇ ପାରିନଥିଲେ । ଅନ୍ୟପଟେ ଯୋଗଣ ବିଭାଗ ଏହି ଘଟଣାର ଖୋଳତାଡ ଆରମ୍ଭ କରିଛି । କଳାହାଣ୍ଡିରେ ଗତ କିଛି ଦିନ ହେଲା ଚୋରା ଧାନ ବେପାରୀ ସକ୍ରିୟ ହୋଇଥିବା ହୋଇଉଠିଛନ୍ତି ।