୫୦୯ ଟଙ୍କାରେ ୨୨୪ ଜିବି ଡାଟା ! ରିଲାଏନ୍ସ ଜିଓର ବଡ଼ ଅଫର୍

32

ରିଲାଏନ୍ସ ଜିଓ ଆଣିଲା ତାର ନୂଆ ଗ୍ରାହକଙ୍କ ପାଇଁ ନୂଆ ଅଫର । ଏହି କଂପାନୀର ‘ସମର ସର୍ପାଇଜ ’ ଓ ‘ଧନ ଧନା ଧନ’ ଅଫରକୁ କେହିବି ଭୁଲି ପାରିବେନି । ଏବେ କିନ୍ତୁ ଏହି ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଆଣିଛନ୍ତି ବଡ଼ ଅଫର । ୫୦୯ଟଙ୍କାର ରିଚାର୍ଜରେ ଅନଲିମିଟେଡ୍ ଭଏସ୍ କଲ୍ ସହ ୨୨୪ଜିବିର ୪ଜି ଡାଟା ପାଇପାରିବେ ଗ୍ରାହକ ।

ଜିଓ କଷ୍ଟମର କେୟାର ପରିଚାଳକଙ୍କ କହିବାନୁସାରେ ଏହି ନୂଆ ଅଫରଟି ସେହି ମାନେ ବ୍ୟବହାର କରିପାରିବେ, ଯିଏ ଜିଓଫାଇ ଡିଭାଇସ କିଣିଥିବେ । ଯାହାର ମୂଲ୍ୟ ୧,୯୯୯ ଟଙ୍କା ରହିଛି । ଏପରିକି ଯଦି ଆପଣଙ୍କ ପାଖରେ ୪ଜିର ଫୋନ ନାହିଁ , ତଥାପି ଆପଣ ବ୍ୟବହାର କରିପାରିବେ ଜିଓଫାଇ ଡିଭାଇସ୍ । ଆଉ ୨ଜି ଓ ୩ଜି ଫୋନରେ ହାଇସ୍ପିଡ୍ ଡାଟା ଓ ଅନଲିମିଡେଟ୍ ଭଏସ୍ କଲର ଆନନ୍ଦ ଉଠାଇପାରିବେ । ୫୦୯ ଟଙ୍କା ରିଚାର୍ଜ କରି ୪ ରିଚାର୍ଜ ସାଇକେଲ୍ ଅନୁସାରେ ପ୍ରତିଦିନ ହିସାବରେ ୨ଜିବି ଡାଟା ପାଇପାରିବେ ( ଗୋଟେ ରିଚାର୍ଜ ସାଇକେଲ୍ ୨୮ଦିନ ଅଟେ ) । ଏହି ଅନୁସାରେ ସମୁଦାୟ ୨୨୪ ଜିବିର ଲାଭ ୪ମାସ ଅବଧିରେ ଉଠାଇପାରିବେ ।
(ସୌଜନ୍ୟ- ଏନଡିଟିଭି )