କେଶ ପାଚି ଧଳା ରଙ୍ଗ ହେଉଯାଉଛି କି ? ମହଙ୍ଗା ପ୍ରଡକ୍ଟ ଛାଡି ଆପଣାନ୍ତୁ ଏହି ଉପାୟ ସମସ୍ୟାରୁ ମୁକ୍ତି ପାଇବେ ।

102

କେଶ ଧଳା ହେବାକୁ ନେଇ ଏବେ ସମସ୍ତେ ଚିନ୍ତିତ । କାରଣ ଅଳ୍ପ ବୟସର ପିଲାଙ୍କର ବି କେଶ ପାଚିବାର ଦେଖା ଯାଉଛି । ଧିରେ ଧିରେ କଳା କେଶ ଧଳା ହୋଇଯାଉଛି । ଏଥିପାଇଁ ନିଜର ଡାଇଟିଂରେ ଏହି ଜିନିଷ ସବୁକୁ ସାମିଲ୍ କରନ୍ତୁ ।

ବାଦାମ – ବାଦାମରେ କପର ଓ ଭିଟାମିନ୍ –ଇ ପ୍ରଚୁର ପରିପମାଣରେ ଥାଏ । ଯାହା କେଶ ପାଇଁ ବହୁତ ଫଳପ୍ରଦ ଅଟେ । ଏଥିପାଇଁ ବଜାରରେ ମିଳୁଥିବା ବାଦାମ ତେଲକୁ ବ୍ୟବହାର କରିବା ଉଚିତ୍ । ଏହାକୁ ଅଧିକରୁ ଅଧିକ ଖାଇବା ଆବଶ୍ୟକ । ଯାହାକି ଆମର କେଶ ପାଇଁ ଖୁବ୍ ଉପଯୋଗୀ ଅଟେ ।

ଚକୋଲେଟ୍ , ମସରୁମ୍ – ମେଲାନିନ୍ କେଶକୁ ରଙ୍ଗ ଦେଇଥାଏ । ଏବଂ ଏଥିପାଇଁ ଶରୀରରେ କପର ରହିବା ଜରୁରୀ ଅଟେ । ଚକୋଲେଟ୍ ଓ ମସରୁମ୍ ରେ କପରର ଭଲ ମାତ୍ରା ଥାଏ । ଏଥିପାଇଁ ଏହାକୁ ଖାଇବା ଭଲ ।

ସବୁଜ ପତ୍ର ଭରା ପନିପରିବା – ଗ୍ରୀନ୍ ଲିଫ୍ ଅର୍ଥାତ୍ ସବୁଜ ପତ୍ରର ପନିପରିବା ଯଥା –ବନ୍ଧାକୋବି , ଶାଗ ଜାତୀୟ ଜିନିଷ ଆଦିରେ ଭିଟାମିନ୍-ବି ଥାଏ । ଯାହା ମସ୍ତିଷ୍କ ପାଇଁ ଆବଶ୍ୟକ ଅଟେ । । ସାଧାରଣତଃ ବି-୧୨କୁ ଯେତେ ଅଧିକ ସେବନ କରିବ ଏହା କେଶକୁ ପାଚିବାରୁ ରକ୍ଷା କରିବ ।

ଅଣ୍ଡା – ଅଣ୍ଡାରେ ମଧ୍ୟ ଭିଟାମିନ୍-୧୨ ଥାଏ । ବି-୧୨ ଆପଣଙ୍କର ରକ୍ତରେ କେଶକୁ ଧଳା କରିଥିବା ତତ୍ୱକୁ ଆସିବାରେ ରୋକିଥାଏ । ଏହାକୁ ନିଜ ଖାଦ୍ୟରେ ନିଶ୍ଚୟ ବ୍ୟବହାର କରନ୍ତୁ ।

ଏଣୁ ଆପଣ ଆଉ ଚିନ୍ତା ନକରି , କୌଣସି ଔଷଧର ଜାଲରେ ନପଡି , ଏହି ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନିଶ୍ଚୟ ଉପକାର ପାଇବେ ।