ବିମାନ ଭିତରେ ବିଜେପୀ ବିରୋଧୀ ସ୍ଲୋଗାନ ଦେବା ପଡିଲା ମହଙ୍ଗା : ୧୫ ଦିନ ଜେଲ୍ ଦଣ୍ଡ ଭୋଗିଲେ ଯୁବତୀ

22

ବିମାନ ଭିତରେ ବିଜେପି ବିରୋଧୀ ସ୍ଲୋଗାନ ଦେବା ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବେଶ୍ ଭାରି ପଡ଼ିଛି। ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯିବା ସହିତ ତାଙ୍କୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ସୋମବାର ଦିନ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ତାମିଲ ସାଇ ସୁନ୍ଦର ରାଜନ ଚେନ୍ନାଇରୁ ଟୁଟିକର୍ଣ୍ଣ ଯେଉଁ ବିମାନରେ ଯାଉଥିଲେ ସେହି ବିମାନରେ ସୋଫିଆ ନାମକ ଜଣେ ୨୨ ବର୍ଷୀୟ ଯୁବତୀ ଯାଉଥିଲେ। ତେବେ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ସୁନ୍ଦର ରାଜନଙ୍କୁ ଦେଖି ବିମାନ ଭିତରେ ଓ ବିମାନ ବନ୍ଦର ଭିତରେ ସୋଫିଆ ବାରମ୍ବାର ବିଜେପି ବିରୋଧୀ ସ୍ଲୋଗାନ ଦେଇ ତାଙ୍କୁ ଅପଦସ୍ତ କରିବାକୁ ଚେଷ୍ଟା କରିଥିଲେ। ଏ ନେଇ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ସୁନ୍ଦର ରାଜନ ଟୁଟିକର୍ଣ୍ଣ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଅଟକ ରଖି ପୁଲିସରେ ସୂଚନା ଦିଆଯାଇଥିଲା। ପରେ ତାଙ୍କୁ ଆଇପିସିର ଧାରେ ୨୯୦, ୫୦୫(ଆଇ) (ବି) ଓ ତାମିଲନାଡୁ ସିଟି ପୁଲିସ ଆକ୍ଟ ର ଧାରା ୭୫ରେ ଗିରଫ କରାଯାଇ ଥୁଥୁକୁଡ଼ି ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା।

ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏସ ତାମିଲସେଲଭି ସୋଫିଆଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜାତକୁ ପଠାଇ ଦେଇଛନ୍ତି ବୋଲି ଟୁଟିକର୍ଣ୍ଣ ଜିଲ୍ଲା ପୁଲିସ ଅଧିକ୍ଷକ ମୁରଲୀ ରମ୍ଭା କହିଛନ୍ତି।