ମାତୃ ସୁରକ୍ଷା ପାଇଁ ହାଇକୋର୍ଟ ନେଲେ ବଡ ନିଷ୍ପତ୍ତି ! ମା’ ଜୀବନ ପ୍ରତି ବିପଦ ଥିଲେ ଗର୍ଭପାତ କରାଇପାରିବେ ଡାକ୍ତର ।

345

ମା’ ଜୀବନ ପ୍ରତି ବିପଦ ଥିଲେ ଗର୍ଭଧାରଣ ୨୦ ସପ୍ତାହରୁ ଅଧିକ ହୋଇଥିଲେ ମଧ୍ୟ ଜଣେ ପଞ୍ଜୀକୃତ ଡାକ୍ତର ଗର୍ଭପାତ କରାଇପାରିବେ। ଅଦାଲତର ବିନା ଅନୁମତିରେ ସେ ଏହା କରିପାରିବେ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି। ତେବେ ଗର୍ଭଧାରଣ ୨୦ ସପ୍ତାହ ଅତିକ୍ରାନ୍ତ କରିଥିଲେ ଏବଂ ମହିଳା ଯଦି ଭୟ କରୁଥାନ୍ତି ଯେ, ଏହା ତାଙ୍କ ପ୍ରତି ଗୁରୁତର ଶାରୀରିକ ଏବଂ ମାନସିକ ଆଘାତ ପହଞ୍ଚାଇବ ବା ପିଲା ଜନ୍ମ ହେବାରେ ବଡ଼ ଧରଣର ବିପଦ ରହିଛି ସେଭଳି କ୍ଷେତ୍ରରେ ଗର୍ଭବତୀ ଥିବା ମହିଳା ଗର୍ଭପାତ ପାଇଁ ହାଇକୋର୍ଟଙ୍କ ଅନୁମତି ନେବେ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଅନୁମତି ନଥିଲେ କୌଣସି ଡାକ୍ତର ଗର୍ଭପାତ କରାଇ ପାରିବେ ନାହିଁ ବୋଲି ବିଚାରପତି ଅଭୟ ଓକା ଏବଂ ଏମ ଏସ ସଂକ୍ଲେଚା କହିଛନ୍ତି।