ଇତିହାସ ରଚିଲେ ମୟଙ୍କ ପ୍ରତାପ । ମାତ୍ର ୨୧ ବର୍ଷ ବୟସରେ ବନିଲେ ଜଜ୍

ରାଜସ୍ଥାନ ଜୁଡିସିଆଲ ସର୍ଭିସ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ଜଜ୍ ପଦବୀ ପାଇଁ ବଛା ଯାଇଛନ୍ତି ମୟଙ୍କ

5,604

ଇତିହାସ ରଚିଲେ ମୟଙ୍କ ପ୍ରତାପ । ମାତ୍ର ୨୧ ବର୍ଷ ବୟସରେ ବନିଲେ ବିଚାରପତି । ଯାହାକି ଏବେ ଯୁବପୀଢିଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।
ରାଜସ୍ଥାନ ଜୟପୁରରେ ଜଣେ ଯୁବକ ମୟଙ୍କ ପ୍ରତାପ ସିଂହ ହୋଇଛନ୍ତି ସମସ୍ତ ଯୁବ ସମାଜ ପାଇଁ ଆଦର୍ଶ । ମାତ୍ର ୨୧ ବର୍ଷ ବୟସରେ ଇତିହାସ ରଚିଛନ୍ତି ମୟଙ୍କ । ରାଜସ୍ଥାନ ଜୁଡିସିଆଲ ସର୍ଭିସ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ଜଜ୍ ପଦବୀ ପାଇଁ ବଛା ଯାଇଛନ୍ତି ମୟଙ୍କ । ଜୟପୁରର ମାନସରୋବରଠାରେ ତାଙ୍କ ଜନ୍ମ । ଏକାଥରେ ପରୀକ୍ଷା ଦେଇ ସେ ସଫଳ ହୋଇଛନ୍ତି ।
ଏହି ପରୀକ୍ଷା ପାଇଁ ବୟସସୀମା ୨୩ ବର୍ଷ ଥିବା ବେଳେ ଏହାକୁ ବର୍ତ୍ତମାନ ୨୧ବର୍ଷକୁ କମାଯାଇଛି । ଜାନୁଆରୀ ମାସରେ ଏହାକୁ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଦ୍ୱାର ପରିବର୍ତ୍ତନ କରାଯାଥିଲା । ପର ମୂହୁର୍ତ୍ତରେ ମୟଙ୍କ ଏହି ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ ଏହି ପରୀକ୍ଷାରେ ଭଲ ପଦର୍ଶନ କରିଥିଲେ ଏବଂ ବର୍ତ୍ତମାନ କନିଷ୍ଠ ବିଚାରପତି ପଦବୀ ହାସଲ କରିଛନ୍ତି । ଖୁବଶୀଘ୍ର ତାଙ୍କୁ ବିଚାରପତି ଆସନରେ ଦେଖିବାକୁ ମିଳିବାର ସୂଚନା ମିଳିଛି । ନୂତନ ପିଢି ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ମୟଙ୍କ ପ୍ରତାପ ସିଂହ । ସେ ନିଜ ଭବିଷ୍ୟତ ଗଢିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏପରି ଏକ ସଫଳତାକୁ ନେଇ ଖୁବ ଖୁସି ପ୍ରକାଶ କରିଛନ୍ତି ମୟଙ୍କ ।