Daily Archives

December 3, 2019

ବୁଲବୁଲ ପରେ ‘ଦୟା’ ଦାଉ: ପୋକ ଲାଗି ଏକର ଏକର ଫସଲ ନଷ୍ଟ ହେବା ପରେ ଚାଷୀ ମୁଣ୍ଡରେ ଚଡକ । କେମିତି ସୁଝିବେ ଋଣ ? ରାତି…

କନକ ବ୍ୟୁରୋ: ବୁଲବୁଲ ପରେ ଦାଉ ସାଜିଲା ‘ଦୟା’ । ଚାଷୀକୁ କଲବଲ କରି ମାରୁଛି ଦୟା ପୋକ । ଯେଉଁ ସମୟରେ ଚାଷୀ ବିଲରୁ ଧାନ ଅମଳ କରି ଘରକୁ ନେବା କଥା ସେହି ସମୟରେ ଚାଷୀର କମରକୁ ବାଡେଇଥିଲା ବୁଲୁବୁଲ । ଆଉ ବୁଲବୁଲ ଦରଜ ନକମୁଣୁ ଏବେ ଦୁଃଖ ପରେ ଦୁଃଖ ଦେଇଚାଲିଛି ଦୟା ପୋକ । ଏକର ଏକର ଜମିରେ…

ପୁରୀ ମାମଲାର ଫେସବୁକ ଲିଙ୍କ୍ । କିଏ ସେହି ଫେସବୁକ୍ ଫ୍ରେଣ୍ଡ, ଯିଏ ଯୁବତୀଙ୍କୁ ନେଇ ପହଞ୍ଚିଥିଲେ ଥାନାରେ ।

କନକ ବ୍ୟୁରୋ : ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । କୁମ୍ଭାରପଡା ଥାନାରେ ଯେତେବେଳେ ପୀଡିତା ଏଫଆଇଆର ଦେବାକୁ ଆସିଥିଲେ କେମିତି ଆସିଥିଲେ । ଏହି ପ୍ରଶ୍ନର ଉତର ଖୋଜୁ ଖୋଜୁ ସାମନାକୁ ଆସିଛନ୍ତି ପିଡିତାଙ୍କ ଜଣେ ଫେସବୁକ ବନ୍ଧୁ । ଗତକାଲି ସନ୍ଧ୍ୟାରେ ଯେତେବେଳେ…

ନାସା ନୁହେଁ ‘ବିକ୍ରମ’ର ଭଗ୍ନାବଶେଷ ଖୋଜିଥିଲେ ଭାରତୀୟ ଇଞ୍ଜିନିୟର । ମାତ୍ର ୨ଟି ଲାପଟପରେ ବିକ୍ରମର ସଠିକ ଅବସ୍ଥିତି…

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମର ଭଗ୍ନାବଶେଷ । ନାସାର ଲୁନାର ଅରବିଟର କ୍ୟାମେରା ବିକ୍ରମର ଏହି ଭଗ୍ନାବଶେଷକୁ ଠାବ କରିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ଟ୍ୱିଟ୍ କରି ଏହି ସୂଚନା ଦେଇଛି । ନାସା ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ଠାବ ହୋଇଯାଇଛି । ଚନ୍ଦ୍ରର…

ଆଙ୍ଗୁଳି ଦେଖାଇଲେ ବାହା ଗିଳି ଦେଉଛନ୍ତି… ନିୟମ ଟିକେ କୋହଳ କଲେ ହାଉଯାଉ ହେଉଛନ୍ତି ମଦୁଆ ଡ୍ରାଇଭର । ରାସ୍ତା…

କନକ ବ୍ୟୁରୋ: ମଦୁଆ ଚାଳକଙ୍କୁ ମାଫ ନାହିଁ । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ନିସ୍ତାର ଦେଉନି ପୋଲିସ । ମଦୁଆ ଡ୍ରାଇଭରଙ୍କୁ ଯେଉଁଠି ଦେଖୁଛି ଗୋଡେଇ ଗୋଡେଇ ଗିରଫ କରୁଛି ପୋଲିସ । ଟ୍ରାଫିକ ନିୟମ ଟାଇଟ ହେବା ପରେ ଏବେ ପୋଲିସର ପ୍ରଥମ ଟାର୍ଗେଟ ମଦୁଆ ଡ୍ରାଇଭର ।ତେବେ ବିଗତ ୩ ମାସରେ ମଦୁଆ…

ସାମ୍ନାକୁ ଆସିଲା ଖଣି ନିଲାମ ବାତିଲ୍ ପଛର ରୋଚକ କାହାଣୀ । ୫ଟି ଅଂଶୀଦାର ନାଁରେ ଆବେଦନ କରିଥିଲା ଜେଏସଡବ୍ଲୁ, ଅଭିଯୋଗ…

କନକ ବ୍ୟୁରୋ : ଗତ ସୋମବାର ଦିନ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ୨୦ଟି ଖଣିର ନିଲାମକୁ ବାତିଲ କରିଦେଲେ । ବିଡିଂ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ଏହାକୁ ବାତିଲ କରାଗଲା । ଏବେ ଏହାର ଭିତିରି କଥା ସାମନାକୁ ଆସିଛି । ଇକୋନୋମିକ ଟାଇମ୍ସ କରିଥିବା ରିପୋର୍ଟ ଅନୁସାରେ…

ଆତ୍ମହତ୍ୟା ପୂର୍ବରୁ ଏସପିଙ୍କ ପାଖକୁ ଆସିଥିଲା ଅଧ୍ୟାପିକାଙ୍କ ଫୋନ୍! ଅଭିଯୁକ୍ତଙ୍କ ନାଁ ଓ ନମ୍ବର ଦେଇ ଜଣାଇଥିଲେ…

କନକ ବ୍ୟୁରୋ : ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏସପିଙ୍କ ସହିତ ଫୋନରେ କଥା ହୋଇଥିଲେ ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକା । ଆଉ ଯଦି ପୋଲିସ ଚାହିଁଥାନ୍ତା ତେବେ ଅଭିଯୁକ୍ତ ଗିରଫ ହୋଇଥାଇ ପାରିଥାନ୍ତେ ଏବଂ ଅଧ୍ୟାପିକାଙ୍କ ଏପରି ମୃତ୍ୟୁ ହୋଇନଥାନ୍ତା । ଅଧ୍ୟାପିକାଙ୍କ…