Monthly Archives

September 2019

ମଞ୍ଜିତଙ୍କ ନାଁରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କଲେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡୋଶୀ ଯୁବକ ଦୁର୍ବ୍ୟବହାର କରିବା ପ୍ରସଙ୍ଗ । କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କଲେ ଅନୁଭବ ମହାନ୍ତିଙ୍କ ପିଏସଓ । ଗତ କାଲିର ଗାଳିଗୁଲଜ ଘଟଣାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଞ୍ଜିତ ଦାସଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି…

ଅଦରକାରୀ ପ୍ଲାଷ୍ଟିକରେ ହେଲା ରାସ୍ତା ନିର୍ମାଣ । ପିଚୁ ଓ କଂକ୍ରିଟ ଠାରୁ ମଧ୍ୟ କମ ଖର୍ଚ୍ଚରେ ହେଲା ରାସ୍ତା । 

ଅଦରକାରୀ ପ୍ଲାଷ୍ଟିକରୁ ରାସ୍ତା ନିର୍ମାଣ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗାଜିଆବାଦରେ ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି । ୩ମିଟର ଚଉଡ଼ାର ପ୍ରାୟ ୩୦୦ମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୩୫୦କିଲୋ…

ସରକାରଙ୍କ ପିଆଜ ମିଶନ ଭେଳିକି । ଗୋଦାମରେ ବୁଲୁଛନ୍ତି ଗୋରୁଗାଈ, ପିଆଜ ବଦଳରେ ଝୁଲୁଛି ଅଖା । 

କନକ ବ୍ୟୁରୋ : ସାରା ଦେଶରେ ଏବେ ପିଆଜ ସଙ୍କଟ । ରାତି ପାହିଲେ ହୁ ହୁ ହୋଇ ବଢୁଛି ପିଆଜ ଦର । ଆଉ ପିଆଜ ଦର ଶୁଣିବା କ୍ଷଣି ଏବେ ଆପଣାଛାଏଁ ଆଖିରେ ପାଣି ଆସି ଯାଉଛି । ମାସକ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଏବେ ୭୦ ପାର କଲାଣି ।  ଆଉ ଏସବୁ ଭିତରେ ପିଆଜର ଦର ବୃଦ୍ଧି ଏବେ…

ବେସାହାରା ବାସନ୍ତୀ: ପାଇଖାନାରେ କଟୁଛି ଦିନରାତି; ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି

କନକ ବ୍ୟୁରୋ: ସେଇଠି ଭାତ ହାଣ୍ଡି, ସେଇଠି ବାସନକୁସନ ଆଉ ସେଇଠି ବିତୁଛି ଜୀବନ । ରାତି ହେଉ ବା ଦିନ, ଖରା ହେଉ ବା ବର୍ଷା ଏଇ ପାଇଖାନା ହିଁ ବେସାହାର ବାସନ୍ତୀଙ୍କ ଏକମାତ୍ର ଭରସା... ଥରେ ଭାବିଲେ ଯେଉଁଠି ଲୋକେ ଶୌଚ ପାଇଁ ଯାଆନ୍ତି ସେଠି କଣ ମଣିଷ ଶୋଇ ପାରିବ? କଡ ଭାଙ୍ଗି ହେଉନଥିବା…

ଗାନ୍ଧି ବ୍ରାଣ୍ଡକୁ ନେଇ ତେଜିଲା ରାଜନୀତି । ବିଜେପିର ପଦଯାତ୍ରାକୁ ନେଇ ବର୍ଷିଲା କଂଗ୍ରେସ, ଭୁବନେଶ୍ୱରରୁ ପଦଯାତ୍ରା…

କନକ ବ୍ୟୁରୋ : ଗାନ୍ଧି ଜୟନ୍ତୀରୁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିବାକୁ ଯାଉଛନ୍ତି ପଦ ଯାତ୍ରା । ତେବେ ନେହେରୁ  ଓ ଗାନ୍ଧି ପ୍ରସଙ୍ଗରେ ସବୁବେଳେ ବୟାନବାଜି କରୁଥିବା ବିଜେପି କିପରି ପଦ ଯାତ୍ରା କରୁଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ଅନ୍ୟପକ୍ଷରେ ବିଜେଡି ଏଥର ଭୁବନେଶ୍ୱରରୁ…

ମାଟିରେ ମିଶିଲା ଆରଟିଓ ପରିସରରେ ଥିବା ଅସ୍ଥାୟୀ ଦୋକାନ । ଉଚ୍ଛେଦ ହେଲା ପ୍ରଶ୍ନ ଉଠିଲା , ଦଲାଲମୁକ୍ତ ଆରଟିଓ ସମ୍ଭବ କି…

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଆରଟିଓ ପରିସରରେ ଥିବା ଅସ୍ଥାୟୀ ଦୋକାନ ଉପରେ ଗଡିଛି ବୁଲଡୋଜର । ୪୦ରୁ ଅଧିକ କ୍ୟାବିନ ମାଟିରେ ମିଶିଛି । ଆଚାର୍ଯ୍ୟ ବିହାର ନିକଟରେ ଆରଟିଓ-ୱାନ ତିଆରି ହେବା ପରେ ପରେ ଅଫିସକୁ ଲାଗି ଚାରିପଟେ ଅସ୍ଥାୟୀ ଦୋକାନ ତିଆରି ହୋଇଥିଲା । ଜାଗା ମାଡି ବସି ନିଜ ବେପାରରେ…