Daily Archives

June 19, 2019

ଛାତିଫଟେଇ କାନ୍ଦୁଛି ଚିତ୍ରକୋଣ୍ଡା: ରାହା ଖୋଜୁଛି ରାଲଗୋଡ଼ା, ରାସ୍ତା ନଥିବାରୁ ରାସନ ପାଇଁ ଭରସା ସାଜିଛି ଘୋଡ଼ା ପିଠି ।

କନକ ବ୍ୟୁରୋ: ତୃଣମୂଳସ୍ତରରୁ ବିକାଶର ଦ୍ୱାହି ଦେଉଥିବା ନେତାଙ୍କ ପାଇଁ ଅଜଣା ପାଲଟିଛି ଚିତ୍ରକୋଣ୍ଡାର ରାଲେଗାଡ଼ା ପଞ୍ଚାୟତ । ଗାଁ ର ବିକାଶ ଆଉ ଆଦିବାସୀଙ୍କ ଉନତି ପାଇଁ ସରକାରଙ୍କ ମାଳମାଳ ଯୋଜନା , ହେଲେ ଅନ୍ଧାରିମୂଲକରେ ବଞ୍ଚୁଥିବା ଅନୁସୂଚିତ ଜାତି ଜନଜାତି ଲୋଙ୍କ ପାଇଁ ସତେ ଯେମିତି ଏହି…

ବଢୁଛି ପାଟକୁରା ପାରଦ ! ଭୋଟ୍ ପୂର୍ବରୁ ଗ୍ରାଉଣ୍ଡରେ ଚାଲିଛି ଘମାଘୋଟ୍ ପ୍ରଚାର, ଗାଁ ଡେରା ପକାଇଛନ୍ତି ନେତା ।

କନକ ବ୍ୟୁରୋ: ୧୯ ଯୁଦ୍ଧ ପରେ ଫୋକସରେ ରହିଥିବା ପାଟକୁରା ନିର୍ବାଚନ ତାରିଖ ଯେତିକି ପାଖଉଛି, ନେତାଙ୍କ ଛାତିରେ ସେତିକି ଛନକା ପଶୁଛି । ବିଶେଷକରି ବିଜେଡି ଓ ବିଜେପି ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଏହି ଆସନରୁ ବିଜେଡି…

ଚାକିରି ନେଇଗଲେ ସରକାର ! ଫୁଲତୋଡା ଦେଇଥିବା ଅଧିକାରୀଙ୍କ ଦେହରେ ଲାଗିଥିଲା ଦୁର୍ନୀତିର ଦାଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ସରକାର ଗଢ଼ିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନର୍ଥ ବ୍ଲକ ସ୍ଥିତ କାର୍ଯ୍ୟାଳୟରେ ନିଜର ଦାୟିତ୍ୱ ସମ୍ଭାଳିବା ପାଇଁ ପହଞ୍ଚିଥିଲେ । ସେଠାରେ ଭାରତୀୟ ରାଜସ୍ୱ ସେବା ସଂଘର ଅଧ୍ୟକ୍ଷ ଅନୁପ୍ ଶ୍ରୀବାସ୍ତବ ନିଜର ସହଯୋଗୀଙ୍କ ସହିତ ମିଶି…

କେନ୍ଦୁଝରରୁ ଆସିଲା ସଂଘର୍ଷ ଆଉ ସଫଳତାର କାହାଣୀ: ବରା ବିକି ବଡ ର‌୍ୟାଙ୍କ ପାଇବା ପରେ ଚର୍ଚ୍ଚାରେ ଭବାନୀ ଶଙ୍କର

କନକ ବ୍ୟୁରୋ: ସତ ହେଲା ସ୍ୱପ୍ନ । ବହୁ ସଂଘର୍ଷ ପରେ ମିଳିଲା ସଫଳତା । ବରା ବିକାଳି ପାଇଲା ବଡ ର‌୍ୟାଙ୍କ । ଘରର ଆର୍ଥିକ ପରିସ୍ଥିତି ଭଲନଥାଇ ବି ଭଲ ର‌୍ୟାଙ୍କ ପାଇଛନ୍ତି ଜଣେ ଗରିବ ଘରର ପିଲା । ଓଜେଇଇ ରେଜଲ୍ଟ ବାହାରିବା ପରେ କେନ୍ଦୁଝରରୁ ଆସିଛି ଏମିତି ଏକ କାହାଣୀ । ଘଟଗାଁ ପିପିଳିଆର…

ଥରିଲା ପଶ୍ଚିମ ଓଡ଼ିଶା: ସମ୍ବଲପୁର ଓ ଝାରସୁଗୁଡ଼ାରେ ଭୂକମ୍ପ ଝଟକା, ଛାନିଆରେ ଘର ଛାଡ଼ି ଧାଇଁଲେ ଲୋକେ ।

କନକ ବ୍ୟୁରୋ: ଥରିଲା ପଶ୍ଚିମ ଓଡ଼ିଶା । ସମ୍ବଲପୁର ଓ ଝାରସୁଗୁଡ଼ାରେ ମୃଦୁ ଭୂକମ୍ପ ଝଟକା । ୫.୪୬ ତୀବ୍ରତା ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କେତେ ରହିଛି ତାହାକୁ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରାଯାଇନାହିଁ । ତେବେ ସମ୍ବଲପୁର, ଧମା,…

‘ହୀରାମୟ’ ହାର୍ଦ୍ଦିକ: ହାତରୁ ମୁଣ୍ଡ ଯାଏଁ ହୀରାରେ ଚମକୁଛନ୍ତି ଭାରାତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

କନକ ବ୍ୟୁରୋ: ବିଶ୍ୱକପ କ୍ରିକେଟରେ ନିଜେ ଚମକିବା ପରେ ଏବେ ହାର୍ଦ୍ଦିକଙ୍କ ଦେହରେ ଚମକୁଛି ହୀରା । କ୍ରିକେଟ ପଡିଆରେ ଜଣେ ଅଲରାଉଣ୍ଡର ଭାବେ ସଫଳ ପ୍ରଦର୍ଶନ କରିବା ପରେ ଅଫ ଫିଲ୍ଡରେ ମଧ୍ୟ ହାର୍ଦ୍ଦିକ ହୀରାରେ ଚମକୁଛନ୍ତି । ବିସିସିଆଇ ଦ୍ୱାରା ଜାରି ହୋଇଥିବା ଏକ ଭିଡିଓରେ ହୀରାର ରାଜ୍…