Daily Archives

January 13, 2019

ଶିଶିର ସରସ ମେଳାରେ ମେଳିଛି ଖାଦ୍ୟର ପସରା, ପତ୍ର ପୋଡା ମାଂସ ଖାଇବା ପାଇଁ ପ୍ରବଳ ଗହଳି !

କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱରରେ ଏବେ ମେଳାର ଆସର । ତୋଷାଳି ଓ ଶିଶିର ସରସ ମେଳାକୁ ନେଇ ଭୁବନେଶ୍ୱରରେ ବେଶ ଗହଳି ଚହଳି ଦେଖିବାକୁ ମିଳିଛି । ଖାସକରି ସନ୍ଧ୍ୟା ହେବା ମାତ୍ରେ ରାଜଧାନୀବାସୀ ଟାଣି ହୋଇ ଆସୁଛନ୍ତି ଏହି ମେଳାକୁ । ଭଳିକି ଭଳି ଘରକରଣା ସାମଗ୍ରୀ କିଣିବା ସହ ଶୀତୁଆ…

ଗୋପରେ ବଢୁଛି କଳା କହ୍ନେଇ ! ଦୈବବାଣୀ ପରେ ବଢ଼ୁଛି ମଥୁରା ନରେଶଙ୍କ ସଂକଟ, ବରଗଡ଼ ଧନୁଯାତ୍ରାରେ ଜମୁଛି ଦ୍ୱାପର ଯୁଗର…

କନକ ବ୍ୟୁରୋ : ଚଳଚଂଚଳ ବରଗଡ଼ ସହର । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ମଥୁରା ନଗରୀ ପାଲଟିଥିବା ଏହି ସହରରେ ଏବେ ଚାଲିଛି ମହାରାଜ କଂସଙ୍କ ରାଜୁତି । ମହାରାଜ କଂସ ନଗର ପରିଭ୍ରମଣରେ ବାହାରିବା ସହ ପ୍ରଜାଙ୍କ ଦୁଃଖ ସୁଖ ବୁଝିଛନ୍ତି । ଅନ୍ୟପଟେ ମା ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି…

ମୋଦିଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ତେଜିଲା ଗଛ କଟା ବିବାଦ ! ପରସ୍ପରକୁ ଦୋଷ ଲଦିଲେ ପିଡବ୍ଲୁଡି ଓ ରେଳବାଇ, କିଏ ଦେଲା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ବଡ ବିବାଦ । ଏହି ବିବାଦ ସୃଷ୍ଟି ହୋଇଛି ମୋଦିଙ୍କ ହେଲିପ୍ୟାଡ୍ ଅବତରଣକୁ ନେଇ । ମୋଦିଙ୍କ ଗସ୍ତ ପାଇଁ ବଲାଙ୍ଗୀର ଷ୍ଟେସନ୍ ନିକଟରେ ଏକ ହେଲିପ୍ୟାଡ୍ ନିର୍ମାଣ ହେଉଛି । ଏଥିପାଇଁ ପ୍ରାୟ ୨ହଜାର ଗଛ କଟାଯାଇଥିବା…

କେମିତି ହୋଇଥିଲା ନିକିତାଙ୍କର ମୃତ୍ୟୁ ! ନଣନ୍ଦ କହିଲେ ସେହି କାଳରାତ୍ରୀର ୭ ମିନିଟର ସତ ?

କନକ ବ୍ୟୁରୋ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆଜି ଏକ ନୂଆ ମୋଡ ଆସିଛି । ନିକିତାଙ୍କ ନଣନ୍ଦ କହିଛନ୍ତି, ଘଟଣା ପାଇଁ ତାଙ୍କ ଭାଇ ଲିପନଙ୍କୁ ଏକା ଦାୟୀ କରାଯାଇପାରିବ ନାହିଁ । କାରଣ, ନିକିତାଙ୍କ ମୃତ୍ୟୁ ବେଳେ ଘଟଣାସ୍ଥଳରେ ନିକିତାଙ୍କ ବାପା-ମାଆ ବି ଉପସ୍ଥିତ ଥିଲେ । ଏପରିକି…

୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ରାଜନୀତିିରେ ହେବ କି ନୂଆ ସମୀକରଣ ! ନୂଆ ସଂକେତ ଦେଲେ ଦାମ ଓ ପଞ୍ଚାନନ

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚା ଭିତରେ ଆଜି ମିଳିଛି ନୂଆ ସଙ୍କେତ । ଆଉ ଏହି ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦାମଙ୍କ ମୁହଁରେ ଶୁଣିବାକୁ ମିଳିଛି କଂଗ୍ରେସର ପ୍ରଶଂସା । ସିଧା ସଧା କହିଛନ୍ତି, କଂଗ୍ରେସରେ ସାମିଲ ହେବାରେ ଅନ୍ୟମାନଙ୍କର କୁଂଠା…

କାଳିଆ କଲ୍ ସେଣ୍ଟର ଦୂର କରୁଛି ହିତାଧିକାରୀଙ୍କ ସନ୍ଦେହ! ପ୍ରତିଦିନ ଆସୁଛି ୩୦ ହଜାରରୁ ଅଧିକ କଲ୍, ଟିକିନିକି ତଥ୍ୟ…

କନକ ବ୍ୟୁରୋ : କାଳିଆ ଯୋଜନା ବିଷୟରେ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଆରମ୍ଭ ହୋଇଥିବା କଲ୍ ସେଣ୍ଟରକୁ ହଜାର ହଜାର କଲ୍ ଆସୁଛି । ଦିନକୁ ୩୦ ହଜାରରୁ ଅଧିକ କଲ୍ ଆସୁଥିବା ଜଣାପଡିଛି । ଆଉ କଲ୍ ସେଣ୍ଟରରେ ଥିବା କର୍ମଚାରୀ କାଳିଆ ଯୋଜନା ବାବଦରେ ଲୋକଙ୍କୁ ଟିକିନିକି ସୂଚନା ଦେଉଛନ୍ତି ।…