କେବିସି ପ୍ରଶ୍ନରେ ଚନ୍ଦ୍ରାଣୀ ମୁର୍ମୁ: ୨୦୧୯ ଲୋକସଭା ନିର୍ବାଚନରେ ଭାରତର ସର୍ବକନିଷ୍ଠ ସାଂସଦ କିଏ? ପ୍ରଶ୍ନର ଉତ୍ତର ଦେଇ ପ୍ରତିଯୋଗୀ ଜିତିଲେ ୬ ଲକ୍ଷ ଟଙ୍କା
କନକ ବ୍ୟୁରୋ: ଭାରତୀୟ ସଂସଦରେ ସର୍ବ କନିଷ୍ଠା ସାଂସଦ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓଡିଆ ଝିଅ ଚନ୍ଦ୍ରାଣୀ ମୁର୍ମୁ । ଯିଏକି ଲୋକସଭାରେ ଓଡିଆ ଭାଷାରେ ଆରମ୍ଭ କରିଥିଲେ ନିଜର ପ୍ରଥମ ଅଭିଭାଷଣ । ତେବେ କେନ୍ଦୁଝର ଜିଲ୍ଲାରୁ ଦିଲ୍ଲୀ ଯାଏଁ ଚନ୍ଦ୍ରାଣୀ ମୁର୍ମୁଙ୍କର ଯାତ୍ରା ଥିଲା ଖୁବ୍ ରୋମାଂଚକରେ ଭରପୂର ଆଉ ଏହାରି ଭିତରେ ରାଜନୈତିକ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିଛନ୍ତି ଚନ୍ଦ୍ରାଣୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ଚନ୍ଦ୍ରାଣୀ ଭାରତରେ ଏତେ ଚର୍ଚ୍ଚିତ ହୋଇଗଲେଣି କି ସୋନି ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ କ୍ଵିଜ ଶୋ’ ‘କୌନ ବନେଗା କରୋଡ ପତି’ରେ ନିଜର ନାଁ ଯୋଡି ସାରିଛନ୍ତି । ଚନ୍ଦ୍ରାଣୀ ମୁର୍ମୁଙ୍କ ଉପରେ ପର୍ଯ୍ୟବେଶିତ ଏକ ପ୍ରଶ୍ନର ଉତ୍ତର ଦେଇ କେବିସିରେ ଜଣେ ମହିଳା ପ୍ରତିଯୋଗୀ ଜିତିଛନ୍ତି ୬ ଲକ୍ଷ ୪୦ ହଜାର ଟଙ୍କା ।
ପ୍ରଶ୍ନଟି ଏଭଳି ଥିଲା କି, ୨୦୧୯ ଲୋକସଭା ନିର୍ବାଚନରେ ସବୁଠୁ କମ ବୟସର ସାଂସଦଙ୍କର ନାମ କଣ ? ଆଉ ଏହି ପ୍ରଶ୍ନର ଉତ୍ତର ଥିଲା ଚନ୍ଦ୍ରାଣୀ ମୁର୍ମୁ । ତେବେ ଭାରତୀୟ ଲୋକସଭା ଇତିହାସରେ ଜଣେ ଓଡିଆ ଝିଅ ଏଭଳି ଏକ ଅଧ୍ୟାୟ ଯୋଡିବା ନିଶ୍ଚୟ ଏହା ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଉଲ୍ଲେଖ ଥାଉ କି, ମାତ୍ର ୨୬ ବର୍ଷ ବୟସରେ କେନ୍ଦୁଝର ସାଂସଦ ହୋଇଛନ୍ତି ଚନ୍ଦ୍ରାଣୀ ମୁର୍ମୁ । ଚନ୍ଦ୍ରାଣୀ ମୁର୍ମୁ କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ । ଚନ୍ଦ୍ରାଣୀ ୨୦୧୭ରେ ବି-ଟେକ୍ ପାସ୍ କରିଛନ୍ତି ।