ଭାରତରେ ବିଜେପିର ସ୍ଥିତି ଗମ୍ଭୀର : ଶୀଘ୍ର ହୋଇପାରେ ସାଧାରଣ ନିର୍ବାଚନ, ଆକଳନ କଲା ଚୀନ

48

କନକ ବ୍ୟୁରୋ : ଭାରତରେ ବର୍ତ୍ତମାନ ସମୟରେ “ଭାରତୀୟ ଜନତା ଦଳ”ର ଲୋକପ୍ରିୟତା କମିବାରେ ଲାଗିଛି । ଯାହା ଫଳରେ ଦେଶରେ ଖୁବ୍ ଶୀଘ୍ର ନିର୍ବାଚନ ହୋଇପାରେ ବୋଲି ଚୀନର ସରକାରୀ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଛି । ଚୀନ କହିଛି ଭାରତର ନିର୍ବାଚନ ସମୟ ପୂର୍ବରୁ ହିଁ ନିର୍ବାଚନ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଖବର ଗତକାଲି ଚୀନରେ ପ୍ରକାଶ ପାଇଥିବା ଜଣାପଡିଛି । ଏହାସହ ଲିଚିଙ୍ଗ ଘଟଣା, ବିମୁଦ୍ରାଘଟଣା ଓ ଜିଏସଟିର ଅସଫଳତା ଯୋଗୁଁ ବିଜେପି ପ୍ରତି ଲୋକଙ୍କ ଆସ୍ଥା କମୁଛି ବୋଲି କହିଛି ଚୀନ୍ । ଏହିସବୁ କାରଣ ଯୋଗୁଁ ବିଜେପି ଠାରୁ ଲୋକମାନେ ମୁହଁ ଫେରାଉଛନ୍ତି ବୋଲି ଉଲ୍ଲେଖ କରାଯାଇଛି ।

ଚୀନରେ ପ୍ରକାଶିତ ଖବର ଅନୁସାରେ ଲୋକମାନେ ବିଜେପିଠାରୁ ମୁହଁ ଫେରାଉଛନ୍ତି । ତେବେ ଦେଶର ରାଜସ୍ଥାନ, ଉତ୍ତପ ପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗରେ ହୋଇଥିବା ଉପନିର୍ବାଚନରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ଲୋକମାନେ ୨୦୧୪ ମସିହା ତୁଳାନାରେ ଏବେ ବିଜେପକୁ ପସନ୍ଦ କରୁନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ କମିବାରେ ଲାଗିଛି । ଆଗାମୀ ନିର୍ବାଚନରେ କିପରି ଭାବରେ ବିଜେପି ଲୋକମାନଙ୍କୁ ନିଜ ଦଳର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କୁ ବୁଝେଇବା ସହ ଭୋଟ ହାତେଇବ ତାହା ଦେଖିବାକୁ ବାକି ରହିଲା । ଏପଟେ ବିଜେପିକୁ ଚେକ୍ ଦେବାକୁ ମହାମେଣ୍ଟ ମଧ୍ୟ ହେବାକୁ ଯାଉଛି । ତେଣୁ ତାହା ଲାଗି ମଧ୍ୟ ଚିନ୍ତାରେ ବିଜେପି ରହିଛି ।

ଏହି ସମସ୍ତ ତଥ୍ୟ ଭାରତର ଏକ ଖବର ସସ୍ଥାକୁ ହସ୍ତାନ୍ତର କରାଯାଇଥିବା ଖବର ମଧ୍ୟ ମିଳିଛି । ୨୦୧୯ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଚିନ୍ତାରେ ରହିଛନ୍ତି । କିନ୍ତୁ ବେଜିଂରେ ଥିବା ଭାରତୀୟ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ, ମୋଦି ପୁଣି ଥରେ ବିନା କୌଣସି ବାଧାରେ ପ୍ରଧାନମନ୍ତ୍ରୀ ହେବେ । ଏହି ଘଟଣା ଉପରେ କିଛି ଲୋକମାନେ ନିଜ ମତ ଦେଇ କହିଛନ୍ତି ଯେ, ୨୦୧୪ ଅପେକ୍ଷା ୨୦୧୯ ରେ ମୋଦି କମ ଭୋଟ ପାଇବେ । ତେବେ ପ୍ରକୃତ ତଥ୍ୟ ନିର୍ବାଚନ ଫଳ ଆସିଲେ ହିଁ ଜଣାପଡିବ ।

ଏହି ଖବର ପ୍ରକାଶ ହେବାପରେ ସଭା ଶେଷରେ ମୋଦି ଓ ଜିନପିଙ୍ଗକୁ ନେଇ କୁହାଯାଇଛି ଯେ, ଉଭୟ ନେତା ଅନେକ ବାର ଏକାଠି ହୋଇଛନ୍ତି । ଉଭୟ ନିଜ ଦେଶର ବିକାଶ କିପରି ହେବ ସେ ନେଇ ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଭାରତ ଓ ଚୀନ ଦୃତ ଭାବରେ ନିଜ ଦେଶର ବିକାଶ କରୁଛନ୍ତି । ଆପଣଙ୍କ ଅବଗତି ନିମନ୍ତେ ଜଣାଇଦେଉଛୁ କି ୨୦-୨୯ ଏପ୍ରିଲ ମାସରେ ହୋଇଥିବା ଏକ ବୈଠକରେ ମୋଦି ଲୋକ ପ୍ରିୟ ନେତା ବୋଲି ଚୀନ ପକ୍ଷରୁ କୁହାଯାଇଥିଲା ।