ଆଗାମୀ ସାଧାରଣ ନିର୍ବାଚନ ଜିତିବା ଲକ୍ଷରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ : ପୁଣି ସାଇକେଲ ଧରି ଆରମ୍ଭ କଲେ ଶୋଭାଯାତ୍ରା

37

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପୁଣିଥରେ ସାଇକେଲ ରାଲି ଆରମ୍ଭ କରିଛନ୍ତି । ତେବେ ବିଧାନସଭା ରେ ଶୋଚନୀୟ ଭାବରେ ପରାଜୟ ହେଲାପରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଥିବାର ଦେଖାଯାଉଛି । ତେବେ ମୋଦୀ ସରକାରଙ୍କ ପରାଜୟ କରି ପୁଣି ଥରେ କିପରି ଭାବରେ ଲୋକମାନଙ୍କ ବିଶ୍ୱାସ ଜିତିପାରିବେ ସେନେଇ ଋଣନୀତି ପ୍ରସ୍ତୁତ କରୁଛନ୍ତି ଅଖିଳେଶ । ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିଜେ ଅଖିଳେଶ ସାଇକେଲ ରାଲିର ଆୟୋଜନ କରିବେ ବୋଲି ଜଣାପଡିଛି । ଏହି ସମୟରେ ଲୋକମାନଙ୍କୁ ସଚେତନତା କରାଇବା ସହ ବିଜେପି କିପରି ଭାବରେ ଶାସନ କରୁଛି ତାହା ଲୋକମାନଙ୍କୁ ଜଣାଯିବ ବୋଲି କହିଛନ୍ତି ଅଖିଳେଶ ।

ତେବେ ଜୁଲାଇ ୨୬ ରୁ ଅଖିଳେଶ“ଲୋକତନ୍ତ୍ର ବଚାଓ ସମଗ୍ର କ୍ରାନ୍ତି ସାଇକେଲ ଯାତ୍ରା”ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଏହି ରାଲି ପୂର୍ବାଞ୍ଚଳ ରାସ୍ତାରେ ଯିବ ଯେଉଁଠାରେ କି ସେଠାରେ ଏକ ଏକ୍ସପ୍ରେସ ରାସ୍ତା ନିର୍ମାଣ କରାଯାଇଛି । ତେବେ ଏହି ସାଇକେଲ ରାଲି ଗାଜିପୁର,ମଉ, ଆଜମଗଡ, ଅମ୍ବେଦକର,ଆମ୍ବେଦ କର ନଗର, ଫେଜାବାଦ ଏବଂ ବାରାବଂକି ରାସ୍ତା ଦେଇ ଲକ୍ଷ୍ମୈାଠାରେ ପହଞ୍ଚିବ । ତେବେ ଅଖିଳେଶ କହିଛନ୍ତି ଲୋକସଭା ନିର୍ବାଚନ ଘୋଷଣା ହେଲାପରେ ମୁଁ ନିଜେ ସାଇକେଲ ରାଲିରେ ବାହାରିବି । ତେବେ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ଓ ବିଜେପି ନିଜ ନିଜର ପ୍ରଚାର କାର୍ଯ୍ୟରେ ଲାଗି ପଡିଲେଣି । ସେମାନେ କେବେ ଲୋକସଭା ନିର୍ବାଚନ ଘୋଷଣା କରିବେ ତାଙ୍କୁ ଜଣା ତେଣୁ ସେମାନେ ଏବେଠାରୁ ହିଁ ପ୍ରଚାର ଆରମ୍ଭ କଲେଣି । ତାରିଖ ଘୋଷଣା ହେଲେ ମୋଦୀଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଅଖିଳେଶ ସୂଚନା ଦେଇଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ଯେଉଁ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି ଓ କହିଛନ୍ତି ଆମ ସରକାର କେବଳ ଦେଶର ଉନ୍ନତି କରୁଛି । ସେମାନେ ମନେ ରଖିବାର ଆବଶ୍ୟକତା ରହିଛି ସେ ରାସ୍ତା ମୋ ସରକାର ସମୟରେ ନିର୍ମାଣ କରାଯାଇଥିଲା । ମୋଦି ସରକାର କେବଳ ଅନ୍ୟର ବିକାଶ କାମକୁ ନିଜେ କରିଥିବା କହିବାକୁ ଭଲ ପାଆନ୍ତି ବୋଲି ଅଖିଳେଶ କହିଛନ୍ତି । ତେବେ ୨୦୧୨ ମସିହାରେ ସମାଜବାଦୀ ପାର୍ଟି ଏକ ସାଇକେଲ ରାଲିର ଆୟୋଜନ କରିିଥିଲୋ । କାରଣ ମାୟାବତୀଙ୍କ ସରକାରକୁ ହରାଇ ଉତ୍ତରପ୍ରଦେଶରେ ସରକାର କରିବାରେ ସଫଳ ହୋଇଥିଲା ସମାଜବାଦୀ ପାର୍ଟି । ଏହାପରେ ଦଳର ସଭାପତି ମୁଲାୟମ ସିଂ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । କିନ୍ତୁ ଠିକ ପାଞ୍ଚ ବର୍ଷପରେ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ ପଦକୁ ବିଜେପିକୁ ଦେବାକୁ ପଡିଲା । କିନ୍ତୁ ବର୍ତ୍ତମାନ ସମୟରେ ସେଠାରେ ପୁଣି ଥରେ କିପରି ଭାବରେ ସରକାର ଗଠନ କରିବେ ସେନେଇ ଅନେକ କାର୍ଯ୍ୟପନ୍ଥା ସ୍ଥିର କରୁଛନ୍ତି ଅଖିଳେଶ । ତେବେ ଗୋରଖପୁର ଲୋକସଭାର ଉପନିର୍ବାଚନରେ ଜିତିବା ପରେ ଅଖିଳେଶଙ୍କ ମନୋବଳ ଦୃଢ ହୋଇଛି । ତେବେ ଆଗାମୀ ଲୋକସଭା ନିର୍ବାଚନ ସମୟରେ କିପରି ଭାବରେ ମହାମେଣ୍ଟ କରି ମୋଦୀଙ୍କ ବିଜୟ ରଥକୁ ଅଟକାଯ।ଇ ପାରିବ ସେନେଇ ଅଖିଳେଶ ମାୟାବତୀଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି ।