ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ସର୍ବାଧିକ ମତଦାନ, ବିହାର ସବୁଠାରୁ ପଛରେ

146

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇସାରିଛି । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରାର୍ଥୀଙ୍କ ମନରେ ଏବେ ଛନକା । କିଏ ଜିତିବ ୨୦୧୯ ନିର୍ବାଚନ ? ଶାନ୍ତିପୂର୍ଣ୍ଣ ଭାବେ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଦେଶର ୧୮ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ୯୧ ସିଟରେ ଭୋଟିଂ ହୋଇଛି । ବିହାରରେ ସବୁଠାରୁ କମ ଭୋଟିଂ ତଥା ୫୦ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ସବୁଠୁ ଅଧିକ ଉତ୍ସାହ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ପ୍ରତିଶତ ମତଦାନ ହୋଇଛି । ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ କିଛି ଆସନ ପାଇଁ ଆଉ କିଛି ସ୍ଥାନରେ ୬ଟା ପର୍ଯ୍ୟନ୍ତ ମତଦାନ ହୋଇଛି ।

ପଶ୍ଚିମବଙ୍ଗ କୁଚ ବିହାର ଲୋକସଭା ସିଟରେ ୮୧.୯୪ ପ୍ରତିଶତ ଓ ଇଲିପୁରଦ୍ୱାର ଲୋକସଭା ସିଟରେ ୮୧.୦୪ ପ୍ରତିଶ ମତଦାନ ହୋଇଛି । ଅନ୍ୟପଟେ ଉତ୍ତରପ୍ରଦେଶର ୮୦ ଲୋକସଭାର ସିଟରୁ ୮ ସିଟରେ ହୋଇଛି ଭୋଟିଂ । ଏଠାରେ ୬୩.୬୯ ପ୍ରତିଶତ ମତଦାନ ହୋଇଛି । ଅନ୍ୟପଟେ ପଶ୍ଚିମବଙ୍ଗର ବ୍ୟତୀତ ଅନେକ ରାଜ୍ୟରେ ୨୦୧୪ ନିର୍ବାଚନ ତୁଲନାରେ କମ୍ ନିର୍ବାଚନ ହୋଇଛି ।

ନିର୍ବାଚନ କମିସନଙ୍କ ହିସାବରେ ୨୦୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟରେ ବଢିଲାନି ଭୋଟରଙ୍କ ମତଦାନ । ପ୍ରାଥମିକ ଆକଳନ କରି ଏହି ତଥ୍ୟ ଦେଇଛନ୍ତି ନିର୍ବାଚନ କମିଶନ । ୨୦୧୪ରେ ଟ୍ରେଣ୍ଡ ଯାହା ଥିଲା ବର୍ତମାନ ବି ଟ୍ରେଣ୍ଡ ସେହି ଏକପ୍ରକାରର ରହିଛି । କମିଶନଙ୍କ କହିବା ଅନୁସାରେ, ଏହା ହେଉଛି ପ୍ରାଥମିକ ଆକଳନ । ପୁଙ୍ଖାନୁପୁଙ୍ଗ ଆକଳନ ପରେ ଏହି ପ୍ରତିଶତ ବଢିପାରେ । ଗତକାଲି ଦେଶର ୯୧ଟି ଲୋକସଭା ଆସନରେ ଭୋଟଗ୍ରହଣ ହୋଇଥିଲା । ଲୋକେ ବହୁସଂଖ୍ୟାରେ ଭୋଟଦାନ ବି କରିଥିଲେ । ତ୍ରିପୁରା ଓ ପଶ୍ଚିମବଙ୍ଗରେ ସର୍ବାଧିକ ୮୦ ପ୍ରତିଶତ ଭୋଟ ପଡିଥିବାବେଳେ କାଶ୍ମୀରରେ ୭୨ ପ୍ରତିଶତ ଭୋଟିଂ ହୋଇଥିଲା ଆତଙ୍କବାଦ ପ୍ରଭାବିତ ବାରମୁଲ୍ଲାରେ ୩୫ ପ୍ରତିଶତ ଭୋଟିଂ ହୋଇଛି । ଭୋଟଦାନ ବି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ।