ଆଜି ବିଶ୍ୱକପ୍ ଫାଇନାଲ ଫାଇଟ୍ । ଲର୍ଡସରେ ଟ୍ରଫି ପାଇଁ ଲଢ଼ିବେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ, ବିଶ୍ୱ ଦେଖିବ ନୂଆ ବିଶ୍ୱବିଜେତା ।

175

କନକ ବ୍ୟୁରୋ : ଆଜି ବିଶ୍ୱକପ୍ କ୍ରିକେଟର ଫାଇନାଲ୍ ଟକ୍କର । ଟାଇଟଲ୍ ପାଇଁ ଲଢେଇ ହେବ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ । ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ ଏହି ଫାଇନାଲ ମ୍ୟାଚ । ତେବେ ସବୁଠାରୁ ବଡ କଥା ହେଉଛି ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡ ପୂର୍ବରୁ କେବେ ବି ବିଶ୍ୱକପ୍ ଜିତି ନାହାନ୍ତି । ତେଣୁ ଚଳିତ ଥର ବିଶ୍ୱ କ୍ରିକେଟ୍ ଦେଖିବ ନୂଆ ଚାମ୍ପିୟନ ଟିମ୍ । ସେମିଫାଇନାଲରୁ ଭାରତକୁ ବିଦା କରି ଫାଇନାଲକୁ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ସେପଟେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ସେମିରେ ମାତ୍ ନେଇ ଫାଇନାଲରେ ପହଂଚିଛି ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ । ତେବେ ଆଜିର ଫାଇନାଲ ମ୍ୟାଚ୍ ରୋମାଚଂକର ହେବା ଆଶା କରାଯାଉଛି ।

ଇଅନ୍ ମୋର୍ଗାନଙ୍କ ଇଂଲଣ୍ଡ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଆସିଛି । ପୁରା ଟିମ୍ ନିର୍ଭର କରୁଛି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଜାସନ ରୟ ଓ ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ । ତେବେ ନବମ ଡାଉନ୍ ପର୍ଯ୍ୟନ୍ତ ଇଂଲଣ୍ଡର ବ୍ୟାଟିଂ ଲାଇନ୍ ଖୁବ୍ ଶକ୍ତିଶାଳୀ । ସେପଟେ ଇଂଲଣ୍ଡର ବ୍ୟାଟିଂ ଲାଇନକୁ କଡା ଟକ୍କର ଦେବ ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ପେସ୍ ବାହିନୀ ।

ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ହରାଇ ଫାଇନାଲରେ ପହଂଚିଥିବା ନ୍ୟୁଜିଲାଣ୍ଡ ଟାଇଟଲ୍ ପାଇଁ ଆଉ ଏକ ଚମତ୍କାର ପ୍ରଦର୍ଶନ ଲକ୍ଷ୍ୟରେ ରହିବ । ୨୦୧୫ ବିଶ୍ୱକପରେ ରନର୍ସ ଅପ୍ ହୋଇଥିବା ନ୍ୟୁଜିଲାଣ୍ଡ ଏଥର ପ୍ରଥମ ବିଶ୍ୱକପ୍ ଦଖଲ କରିବା ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅଧିନାୟକ କେନ୍ ୱିଲିୟମସନ୍ ନ୍ୟୁଜିଲାଣ୍ଡର ପ୍ରମୁଖ ବ୍ୟାଟ୍ସମ୍ୟାନ୍ । ରସ୍ ଟେଲର, ୱିକେଟ୍ କିପର ଲିଥମ୍ ନିସମ୍ ଭଲ ଫର୍ମରେ ଅଛନ୍ତି । ତେବେ ନ୍ୟୁଜିଲାଣ୍ଡର ଓପନିଂ ଯୋଡ଼ି କ୍ଲିକ୍ କଲେ ବିଶ୍ୱକପ୍ କିୱି ଟିମ୍ ପାଇଁ ସହଜ ହୋଇଯିବ । ଟ୍ରେଂଟ ବୋଲ୍ଟ, ଫର୍ଗୁସନ, ହେନେରୀ, ସାଂଟନର ବୋଲିଂରେ ପୁଣି ଥରେ ସଫଳ ହେବାକୁ ଯୋଜନା କରି ପଡିଆକୁ ଓହ୍ଲାଇବେ ।