Daily Archives

December 15, 2018

ପର୍ଥ ଟେଷ୍ଟରେ ଦମ ଦେଖାଇଲେ କୋହଲି ଓ ରାହାଣେ ।

ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୩୨୬ ରନ କରି ଭାରତ ଉପରେ ଚାପ ପକାଇବାକୁ ସକ୍ଷମ ହୋଇଛି । ଟସ୍ ଜିଣି ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ଦଳକୁ ବେଶ ସୁହାଇଛି। ଅଷ୍ଟ୍ରେଲିଆ ଦଳର ଦୁଇ ଓପନର ଅର୍ଦ୍ଧଶତକ…

ସେଲଟର ହୋମକୁ ନେଇ ରାଜନୀତି: ବିଜେଡି ମହିଳା ମୋର୍ଚ୍ଚାର ଅଭିଯୋଗ, ଛାତ୍ରାବାସ ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଉନି କୌଣସି…

କନକ ବ୍ୟୁରୋ: ସେଲଟର ହୋମକୁ ନେଇ ରାଜନୀତି । ରାଜ୍ୟର ବିଭିନ୍ନ ସେଲଟର ହୋମରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କହିଛି ବିଜେଡି । ଆଜି ଏ ନେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଢେଙ୍କାନାଳ…

ଡିଅର ପାର୍କରେ ଅସୁରକ୍ଷିତ ହରିଣ । ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ପାଲିଟିଲାଣି ଭଂଜବିହାର ପାର୍କ

କନକ ବ୍ୟୁରୋ: ଭଂଜବିହାର ଡିଅର ପାର୍କରେ ଅସୁରକ୍ଷିତ ହରିଣ । ୫୦ରୁ ଅଧିକ ହରିଣ ରହୁଥିବା ଏହି ପାର୍କଟି ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ଭଳି ମନେ ହେଉଛି । ପାର୍କରେ ହରିଣଙ୍କୁ ଦେଖି ନପାରି ପର୍ଯ୍ୟଟକମାନେ ଫେରୁଥିବା ଅଭିଯୋଗ ହୋଇଛି । ସେପଟେ ଭିତିଭୂମୀ ଅଭାବରୁ ପାର୍କ ସ୍ଥାନାନ୍ତର ପାଇଁ…

ଗୁହାରୀ ଶୁଣିଲାନି ପ୍ରଶାସନ, ଦୁଃଖ ବୁଝିଲେନି ନେତା ! ନିଜ ଉଦ୍ୟମରେ ବ୍ରାହ୍ମଣୀ ନଦୀରେ ବାଉଁଶ ପୋଲ ତିଆରି କଲେ…

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀରେ ନାହିଁ ପୋଲ । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ବର୍ଷ ହେଲା ଲୋକେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ବାରମ୍ବାର ପ୍ରଶାସନ, ଲୋକପ୍ରତିନିଧିଙ୍କ ପାଖକୁ ଦୌଡି ଦୌଡି ସମସ୍ୟାର ସମାଧାନ ହେଲାନି । ବାଧ୍ୟ ହୋଇ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି…

ବର୍ଷା ଆସୁଛି ଚିନ୍ତା ବଢୁଛି: ଧାନ ଅମଳ ସମୟରେ ବର୍ଷା ଆକଳନ ପରେ ଚାଷୀ ମନରେ ଛନକା

କନକ ବ୍ୟୁରୋ: ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ପେଥାଇ ପ୍ରଭାବରେ ଓଡିଶାରେ ବର୍ଷା ହୋଇପାରେ । ୧୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ ହେବା ପରେ ଚାଷୀଙ୍କ ମନରେ ଛନକା ପଶିଛି । କେଉଁଠି ଜମିରୁ ଧାନ ଅମଳ କରି ଘରକୁ ଆଣିବା ପାଇଁ ଚାଷୀ ଅଂଟା ଭିଡିଛି ତ ଆଉ…

ଓଡିଶା ଆସିବେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ! ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ହେବେ ସାମିଲ ।

କନକ ବ୍ୟୁରୋ : କଳିଙ୍ଗରେ ହାର୍ଟ ବିଟ୍ ବଢାଇବେ ସଚିନ୍ । ଆସନ୍ତାକାଲି ଓଡିଶା ଆସୁଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କାଲି ହକି ବିଶ୍ୱକପ ୨୦୧୮ର ଫାଇନାଲ ତଥା ଉଦଯାପନୀ ଉତ୍ସବ । ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ଉଦଯାପନୀ ଉତ୍ସବ ହେବାକୁ ଥିବା ବେଳେ ଏଥିରେ…