Daily Archives

December 10, 2018

ସାଧାରଣ ନିର୍ବାଚନ ପୂର୍ବରୁ ଆସିବ ଟ୍ରେଲର ! ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ କନକ ନ୍ୟୁଜର ମହାକଭରେଜ୍

୨୦୧୯ ଲୋକସଭା ନିର୍ବାଚନର ସେମିଫାଇନାଲ । କାଲି ଆସିବ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରମ ବିଧାନସଭା ନିର୍ବାଚନର ଫଳାଫଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ମାତ୍ର କିଛି ଘଂଟାର ସମୟ । ସମସ୍ତଙ୍କ ଛାତିରେ ଛନକା । ୫ଟି…

ବିଜେପିକୁ ଅଟକାଇବା ପାଇଁ ମିଳିତ ରଣନୀତି ! ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମହାମେଳି ।

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ବିଧାନସଭା ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ । ଏହା ପୂର୍ବରୁ ଆଜି ରଣହୁଙ୍କାର ଦେଇଛି ମହାମେଂଟ । ମୋଦିଙ୍କ ବିରୋଧରେ ଦିଲ୍ଲୀରେ ହୋଇଛି ମହାମେଳି । କଂଗ୍ରେସ, ଆମ ଆଦମୀ, ଟିଏମସି, ଡିଏମକେ, ଜେଡିଏସ,…

ଟଙ୍କା ଲୁଟି ଦେଶ ବାହାରେ ମଉଜ କରିପାରିବେନି ଅପରାଧୀ । ମିସେଲଙ୍କ ଠାରୁ ମାଲ୍ୟା, ସପ୍ତାହକ ଭିତରେ ମୋଦିଙ୍କ ବଡ଼ ବିଜୟ

ଆଉ କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନ । ଆଉ ତା’ପୂର୍ବରୁ ରହିଛି ସେମିଫାଇନାଲ୍ । ଆସନ୍ତାକାଲି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରମ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ । କିଏ ବିଜୟ ହାସଲ କରିବ ଆଉ କିଏ ପରାଜିତ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି ।…

ଆମାଜନ୍ ଡେଲିଭରି ବୟର କଳା କାରନାମା ! ଡେଲିଭରି ନାଁରେ ଆଇଏଏସଙ୍କ ଘରେ ପଶି କଲା ଲୁଟ୍ ।

କନକ ବ୍ୟୁରୋ : ଆଇଏଏସଙ୍କ ଘରେ ଲୁଟିଲା ଆମାଜନ୍ ଡେଲିଭରି ବୟ । ରାଜଧାନୀରେ ରହୁଥିବା ଜଣେ ଆଇଏଏସଙ୍କ ଘରେ ପଶି ଅନଲାଇନ୍ ସଂସ୍ଥା ଆମାଜନର ଡେଲିଭରି ବୟ, ୬ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲା । ଆଜି ପୋଲିସ ହାତରେ ଧରାପଡିଛି ଲୁଟେରା । ଜାଣନ୍ତୁ ଆଇଏଏସ୍ ଘରେ…

ରାତି ପାହିଲେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ! ଭୋଟ ଗଣତି ପୂର୍ବରୁ ଜନାଦେଶକୁ ନେଇ ବଢୁଛି ଉତ୍କଣ୍ଠା ।

କନକ ବ୍ୟୁରୋ : ରାତି ପାହିଲେ ଆସିବ ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ୍ ଗଣତି । ଆଉ ଅପରାହ୍ନ ହେଲା ବେଳକୁ ଏକ ପ୍ରକାର ସ୍ପଷ୍ଟ ହୋଇଯିବ, କେଉଁ ରାଜ୍ୟରେ କିଏ କରିବ ସରକାର? କେଉଁ ଦଳକୁ ମିଳିବ କେତୋଟି ଆସନ । ସନ୍ଧ୍ୟାରେ ବିଧିବଦ୍ଧ ଭାବରେ ଫଳାଫଳ ଘୋଷଣା କରିବେ ନିର୍ବାଚନ…

୮ମ ପାସଙ୍କ ପାଇଁ ଖୁସି ଖବର । ଏଠାରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେବାକୁ ପଡିବନି କୌଣସି ପରୀକ୍ଷା,…

NCL Recruitment 2018ରେ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ପାଖାପାଖି ୪୪୧ଟି ପଦବୀରେ ନିଯୁକ୍ତି ନେଇ ଜାରି ହୋଇଛି ଏହି ବିଜ୍ଞପ୍ତି । ଆବେଦନ କରିବାର ଶେଷ ତାରିଖ ରହିଛି ୧୨ ଜାନୁଆରୀ ୨୦୧୯ । ଚାକିରି ସମ୍ବନ୍ଧିତ ସମସ୍ତ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ…