Daily Archives

November 23, 2018

ପୂର୍ବତନ ସରପଞ୍ଚଙ୍କ ପିସି କାରବାର ! ଟଙ୍କା ନେଲେ ହେଲେ ଘର ଦେଲେନି, ଥାନାରେ ଅଭିଯୋଗ କଲେ ୨୨ଟି ଗାଁର ଲୋକ

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ପଂଚାୟତସ୍ତରରେ ପିସି କାରବାର ଅଭିଯୋଗ । ପୂର୍ବତନ ସରପଂଚଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ୨୨ ଖଣ୍ଡ ଗାଁର ଲୋକ । ଟଙ୍କା ନେଇ ଗଲେ ଘର ଦେଲେ ନାହିଁ । ରାୟଗଡା କଲ୍ୟାଣସିଂହପୁର ବ୍ଲକ କରପା ପଂଚାୟତର ପୂର୍ବତନ ସରପଞ୍ଚ ବନ କାଡ୍ରାକାଙ୍କ ବିରୋଧରେ…

ନିଜ ଦେଶର ରୋଷେୟାଙ୍କୁ ଧରି ଓଡିଶାରେ ପହଞ୍ଚିବ ଇଂଲଣ୍ଡ ହକି ଟିମ୍ । ମେ’ ଫେୟାରରେ ରହିବେ, ସ୍ମୋଗ କାଫେରେ ଖାଇବେ

କନକ ବ୍ୟୁରୋ : ତାରକା ହୋଟେଲରେ ରହିବେ, ହେଲେ ବାହାର ରେଷ୍ଟୁରାଣ୍ଟରେ ଖାଇବେ । ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ଥିବା ଇଂଲଣ୍ଡ ଟିମର ଖେଳାଳିଙ୍କ ଖାଇବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଇଂଲଣ୍ଡ ଖେଳାଳିଙ୍କ ପାଇଁ ରହଣି ଓ ଭୋଜନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି । ଇଂଲଣ୍ଡ…

ନବୀନ ନିବାସରେ ଅତିଥି ସାଜିଲେ ଏ.ଆର ରେହମାନ। ମୁଖ୍ୟମନ୍ତ୍ରୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ, ନେଲେ ସେଲଫି

କନକ ବ୍ୟୁରୋ: ନବୀନ ନିବାସରେ ଅତିଥି ସାଜିଲେ ଏ.ଆର ରେହମାନ । ରେହମାନ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ୱ ଭୋଜନ କରିବା ସହ ସେଲଫି ନେଇଛନ୍ତି । ଏସବୁ ଭିତରେ କମସିଆ ମସଜିଦକୁ ଯାଇ ନମାଜ ପାଠ କରିଛନ୍ତି ସଂଗୀତ ଜଗତର ଏହି ମହାନ କଳାକାର । ଆଉ ପ୍ରଶଂସକଙ୍କ ଆହୁରି ନିକଟତର ହେବାକୁ ହକି ‘ହୁକ…

ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ମଞ୍ଚରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା! ମୁହାଁମୁହିଁ ହେଲେ ଦାମ ଓ ବିଜେଡି…

କନକ ବ୍ୟୁରୋ : ସାଂସ୍କୃତିକ ମଂଚରେ ରାଜନୀତିର ଲଢ଼େଇ । ଶାସକ ଦଳର ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ଉପରେ ବର୍ଷିଲେ ଡକ୍ଟର ଦାମୋଦର ରାଉତ । ଆଉ ସେହି ମଂଚରେ ହିଁ ଦାମଙ୍କ ଆକ୍ରମଣ କଡ଼ା ଜବାବ ରଖିଲେ ବିଜେଡି ନେତା । ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରତାପ ଜେନା, ସାଂସଦ କୁଳମଣି ସାମଲ ଓ ବିଧାୟକ…

ଅପରାଜିତା ଆସିବେ ହେଲେ କେଉଁ ଭୂମିକାରେ? ୨୭ରେ ଦିଲ୍ଲୀ, ୧ରେ ଭୂବନେଶ୍ୱର

କନକ ବ୍ୟୁରୋ: କେଉଁ ଭୂମିକାରେ ଆସିବେ ଅପରାଜିତା? ବିଜେପିରେ ଅପରାଜିତା ଷଡଙ୍ଗୀକୁ ମିଳିବ କେଉଁ ଦାୟିତ୍ୱ? ବରିଷ୍ଠ ପ୍ରଶାସିକା ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ନେଇ ସ୍ପଷ୍ଟ ହେବା ପରେ ଏମିତି ଅନେକ ପ୍ରଶ୍ନ ଏବେ ଘୁରି ବୁଲୁଛି । ଆଉ ଏହାରି ଭିତରେ ଆସିଛି ବରିଷ୍ଠ ବିଜେପି ନେତା…

ବିନ୍ଦୁ ସାଗରରେ ଭାସିଲା ହକି ଷ୍ଟାଡିୟମ ! ମଝିରେ ଛିଡା ହୋଇଥିଲେ ନବୀନ

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ବଡି ଭୋରରୁ ବିନ୍ଦୁସାରରରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ହାତରେ ଥିଲା ଛୋଟରୁ ଆରମ୍ଭ କରି ବଡ ବଡ ଏପରିକି ବିଭିନ୍ନ ରଙ୍ଗ ବେରଙ୍ଗର ଡଙ୍ଗା । କିନ୍ତୁ ଏହି ଭିଡ ଭିତରେ ସାଧବ ବୋହୂ ବେଶରେ…