Daily Archives

August 29, 2018

ସୋସିଆଲ ମିଡ଼ିଆର ସଦୁପଯୋଗ ପାଇଁ ମୋଦିଙ୍କ ଆହ୍ୱାନ : କହିଲେ, ସକରାତ୍ମକ ଖବର ପ୍ରସାର କରିବା ପାଇଁ ସଙ୍କଳ୍ପ ନିଅ

କନକ ବ୍ୟୁରୋ : ସୋସିଆଲ ମିଡ଼ିଆ ଏବେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି । କିଛି ବି ଖବର ଅଳ୍ପ ସମୟ ମଧ୍ୟରେ ଆମ ପାଖରେ ପହଞ୍ଚିଯାଉଛି । ତେବେ ସୋସିଆଲ ମିଡ଼ିଆକୁ ସକରାତ୍ମକ ଦିଗରେ ଭଲ ଖବର ପ୍ରଚାର କରିବା ପାଇଁ ବ୍ୟବହାର କରିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । କାରଣ…

ପ୍ରଶାସନ ଶୁଣିଲାନି, ପ୍ରତିବାଦ ଜଣାଇବାକୁ ରାସ୍ତାରେ ଧାନଗଛ ଲଗାଇଲେ ଲୋକେ ।

କନକ ବ୍ୟୁରୋ : ଖାଲଖମା ରାସ୍ତାରେ ଜମିରହୁଛି ଆଣ୍ଠୁଏ ପାଣି । ଆଉ ପାଣି ଛାଡିଗଲେ ରାସ୍ତା ସାରା କାଦୁଅ ପଚପଚ । ଚାଲିବା ତ ଦୂରର କଥା ପାଦ ରାସ୍ତାରେ ପାଦ ପକାଇବା ମଧ୍ୟ କଷ୍ଟକର । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ଫଳ ଶୂନ । ତେଣୁ ପ୍ରଶାସନର ଦୃଷ୍ଟି…

ଉଦ୍ଭାବନ ହେଲା ଗ୍ୟାସ ଚାଳିତ ଆଇରନ୍ ! ୫ କିଲୋ ଏଲପିଜି ଗ୍ୟାସରେ ହୋଇପାରିବ ୮ଶହରୁ ଅଧିକ ଡ୍ରେସ ଆଇରନ୍ ।

ତାମିଲନାଡୁ କୋୟବଟୁରର ଏକ ଲଣ୍ଡ୍ରୀ ବାଲା ଏକ ନୂଆ ଆଇରନ୍ ଆବିଷ୍କାର କରିଛନ୍ତି । ଏହି ଆଇରନ୍ କୌଣସି କୋଇଲା କିମ୍ବା କରେଣ୍ଟରେ ଚାଳିତ ହେଉନାହିଁ । ଏହି ଆଇରନ ଚାଲୁଛି ଏଲପିଜି ଗ୍ୟାସରେ । ପରିବେଶ ଉପରେ କୌଣସି କୁପ୍ରଭାବ ପକାଉନଥିବା ଏହି ଆଇରନ ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଛି ।…

ଏସିଆନ୍ ଗେମ୍ସରେ ପୁଣି ଚମକିଲେ ଓଡିଆ ଝିଅ ଦୂତି ! ୨୦୦ ମିଟର ରେସରେ ଭାରତକୁ ଦେଲେ ରୌପ୍ୟ ପଦକ ।

ଏସୀୟ କ୍ରୀଡାରେ ପୁଣି ଥରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ୧୦୦ ମିଟର ପରେ ମହିଳା ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଦମ ଦେଖାଇଲେ ଓଡିଆ ଦୌଡରାଣୀ ଦୂତି ଚାନ୍ଦ । ଏସିଆନ ଗେମ୍ସର ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ମାତ୍ର ୨୩.୦୨…

ଅବହେଳିତ ଅବସ୍ଥାରେ ୧୨୯ ବର୍ଷର ପୁରୁଣା ବିଦ୍ୟାଳୟ : ଭଙ୍ଗା ଘରେ ପାଠପଢୁଛନ୍ତି ଧର୍ମଗଡ କାଶିବାହାଲ ସ୍କୁଲର…

କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସମସ୍ୟା ଘେରରେ ଶହେ ବର୍ଷର ପୁରୁଣା ସ୍କୁଲ । ଧର୍ମଗଡ କାଶିବାହାଲରେ ଭଙ୍ଗା ଘରେ ଚାଲିଛି ୧ ଶହ ୨୯ ବର୍ଷର ବିଦ୍ୟାଳୟ । କଳାହାଣ୍ଡି ଧର୍ମଗଡ…

ବନ୍ୟା ବଢାଉଛି ଟେନସନ୍ ! ଶାଖା ନଦୀ କାଦୁଆରେ ୩୦ ଫୁଟର ଘାଇ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।

ବନ୍ୟା ବଢାଇଲା ଟେନସନ୍ । ମହାନଦୀରେ ବନ୍ୟାଜଳ ପ୍ରଭାହିତ ହେବା ପରେ ତାର ଶାଖାନଦୀରେ ବନ୍ୟାର ଆଶଙ୍କା ଦେଖାଦେଇଛି । ଶାଖାନଦୀ କାଦୁଆରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗାଁ, ଚାଷଜମି ସବୁଆଡେ ବନ୍ୟା ଜଳ ମାଡିଯାଇଛି । ଯାହାଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୂଚନା…