ମୋବାଇଲ ନମ୍ବର ପୋର୍ଟ କଲେ ଖର୍ଚ୍ଚ ହେବ ଖୁବ ଅଳ୍ପ ଟଙ୍କା ! ଶୁଳ୍କ ହ୍ରାସ କରିବା ପାଇଁ ଟ୍ରାଇ ନେଲା ନିଷ୍ପତ୍ତି

54

ମୋବାଇଲ ନମ୍ବର ପୋର୍ଟେବିଲିଟି ପାଇଁ ଆଦାୟ ହେଉଥିବା ଦେୟ ପରିମାଣ କମିବାର ସମ୍ଭାବନା ରହିଛି । ପୂର୍ବରୁ ଏମଏନପି କଲେ ଦେଉଥିବା ଟଙ୍କାକୁ କମାଇବାକୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ବିଚାର କରୁଛି । ବଜେଟ ୨୦୧୮ରେ ଦୂରସଂଚାର ମନ୍ତ୍ରାଳୟ ମୋବାଇଲ ନମ୍ବରକୁ ପୋର୍ଟ କରିବା ପାଇଁ ଲାଗୁଥିବା ଶୁଳ୍କକୁ ହ୍ରାସ କରିବା ପାଇଁ ଘୋଷଣା କରିଛି । ଏବେ ମୋବାଇଲ ନମ୍ବରକୁ ଏକ ଟେଲିକମ ସର୍ଭିସ ପ୍ରୋଭାଇଡରକୁ ପୋର୍ଟ କରିବା ପାଇଁ ୧୯ ଟଙ୍କା ବଦଳରେ ୪ ଟଙ୍କା ଶୁଳ୍କ ଲାଗିବ ବୋଲି ଚର୍ଚ୍ଚା ହେଉଛି । ଦୂରସଂଚାର ନିୟାମକ ପ୍ରଧିକରଣ (ଟ୍ରାଇ) ଶୁଳ୍କ କାଟୁଥିବା ସମ୍ବନ୍ଧୀତ ପ୍ରସ୍ତାବକୁ ଗତବର୍ଷ ଡିସେମ୍ବର ମାସରେ ପଠାଇଥିଲା । ଏବେ ଏହି ପ୍ରସ୍ତାବକୁ ଗ୍ରହଣ କରି ଦୂରସଂଚାର ମନ୍ତ୍ରାଳୟ ସବୁଜ ସଂକେତ ଦେଇଛି । ଟ୍ରାଇର କହିବାନୁସାରେ ପୋର୍ଟିଂ ଶୁଳ୍କ ଅଧିକ ଥିଲା । ସେ ଅନୁସାରେ ଟ୍ରାଂଜାକ୍ସନ ବହୁତ କମ ହେଉଥିଲା । ଏଥିପାଇଁ ଟ୍ରାଇ ଏହି ବିଷୟରେ ସାଧାରଣ ଲୋକଙ୍କ ଓ ଷ୍ଟେକହୋଲ୍ଡରଙ୍କୁ ମତ ମାଗିଥିଲା । ୨୦୦୯ରେ ଏହି ଚାର୍ଚ୍ଚକୁ ଧାର୍ଯ୍ୟ କରାଯାଇଥିଲା ।

ଟ୍ରାଇ ନଭେମ୍ବର ୨୦୦୯ରେ ୧୯ ଟଙ୍କା ପୋର୍ଟିଂ ଚାର୍ଚ୍ଚ ଧାର୍ଯ୍ୟ କରିଥିଲା, ଯେତେବେଳେ ସରକାର ମୋବାଇଲ ନମ୍ବର ପୋର୍ଟିବିଲିଟି (ଏମଏନପୀ) ଆରମ୍ଭ କରିଥିଲା । ସେତେବେଳେ ଏମଏନପି କେବଳ ସାର୍କିଲରେ ଲାଗୁଥିଲା । ଜୁଲାଇ ୨୦୧୫ରେ କେନ୍ଦ୍ର ସରକାର ଏହାକୁ ବଢାଇ ପୂରା ଦେଶରେ ଲାଗୁ କରିଥିଲା । ଏହା ପରେ ଏମଏନପି କରିବା ପାଇଁ ଗ୍ରାହକମାନଙ୍କ ସଂଖ୍ୟା ବଢିବା ଦେଖିବାକୁ ମିଳିଥିଲା । ଟ୍ରାଇ ୧୯ ଟଙ୍କା ପରିବର୍ତ୍ତେ ୪ ଟଙ୍କା ଶୁଳ୍କ ରଖିବାକୁ ପ୍ରସ୍ତାବ ଦେଇଛି ।

କେଉଁ କେଉଁ ବର୍ଷରେ କେତେ ଲୋକ ପୋର୍ଟିଂ କରିଥିଲେ
୨୦୧୦-୨୦୧୧ରେ ପାଖାପାଖି ୬୪ ଲକ୍ଷ ଲୋକ ଏମଏନପି ସେବାକୁ ବ୍ୟବହାର କରିିଥିଲେ । ୨୦୧୪-୨୦୧୫ରେ ମୋଟ ୩.୬୮ କୋଟି ଗ୍ରାହକ ଏମଏନପି କରିଥିଲ । ବେଳେ ୨୦୧୬-୨୦୧୭ରେ ୬.୩୬ କୋଟି ଲୋକ ଏହି ସେବାକୁ ବ୍ୟବହାର କରିଲେ ।