୨୦୧୮ ପୁରୁଷ ହକି ବିଶ୍ୱକପ୍ ପାଇଁ ତାଲିକା ପ୍ରକାଶ : ଉଦଘାଟନୀ ମ୍ୟାଚରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

45

କନକ ବ୍ୟୁରୋ : ପୁରୁଷ ହକି ବିଶ୍ୱକପ୍ ୨୦୧୮ପାଇଁ ଗ୍ରୁପ୍ ତାଲିକା ପ୍ରକାଶ ପାଇଛି । ଏନେଇ ଗ୍ରୁପ ତାଲିକା ସହ ମ୍ୟାଚ ସୂଚୀ ପ୍ରକାଶ ପାଇଛି । ବିଶ୍ୱର ୧୬ଟି ଦଳକୁ ୪ଟି ଗ୍ରୁପରେ ରଖାଯାଇଛି । ଗ୍ରୁପ ସିରେ ଭାରତ ସମେତ ବେଲଜିଅମ, କାନାଡା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ସେହିପରି ଗ୍ରୁପ ଏରେ ଆର୍ଜେଂଟିନା, ନ୍ୟୁଜିଲାଣ୍ଡ, ସ୍ପେନ ଓ ଫ୍ରାନ୍ସ ରହିଥିବା ବେଳେ ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ ଓ ଚୀନ ରହିଛି । ସେହିପରି ଗ୍ରୁପ ଡି ନେଦରଲାଣ୍ଡ, ଜର୍ମାନୀ, ମାଲେସିଆ ଓ ପାକିସ୍ତାନ ରହିଛନ୍ତି ।

ଏହାର ଉଦଘାଟନୀ ମ୍ୟାଚରେ ନଭେମ୍ବର ୨୮ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଭାରତ ମଧ୍ୟରେ ମୁକାବିଲା ହେବ । ପରେ ଡିସେମ୍ବର ୨ ତାରିଖରେ ବେଲଜିଅମ ଓ ଡିସେମ୍ବର ୮ରେ କାନାଡା ବିରୋଧରେ ମ୍ୟାଚ ଖେଳିବ ଭାରତ । ଟୁର୍ଣ୍ଣାମେଂଟର ଗ୍ରୁପ ପର୍ଯ୍ୟାୟ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୯ରେ ଶେଷ ହେବ । ଡିସେମ୍ବର ୧୬ରେ ଏହି ବିଶ୍ୱକପ୍ର ଫାଇନାଲ ମ୍ୟାଚ ଖେଳାଯିବ । ଭୁବନେଶ୍ୱର କଳିଙ୍କ ଷ୍ଟାଡିଅମରେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏହି ଷ୍ଟାଡିଅମରେ ୧୬ ହଜାର ଦର୍ଶକ ଦେଖିବାର ବ୍ୟବସ୍ଥା କରାଯାଇଛି ।