ବର୍ଷ ୨୦୧୮ ରେ କିଭଳି ଥିଲା ବଲିଉଡର ହାଲଚାଲ୍ ! ବଲିଉଡକୁ ଆସିଥିଲେ କିଛି ନୂଆ ଚେହେରା ଏବଂ ହୋଇଥିଲା ଅନେକ ଚର୍ଚ୍ଚିତ ବିବାହ । 

179

                                                     ହିନ୍ଦୀ ସିନେମା ଜଗତର ନୂଆ ମୁହଁ 

ଜାହ୍ନବୀ କପୂର: ଏହି ଶ୍ରୀଦେବୀ-ବୋନି କପୂର ତନୟା ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ଥିଲେ। ପ୍ରଥମ ଫିଲ୍ମ ‘ଧଡ଼କ’ ବ୍ୟବସାୟିକ ସଫଳତା ହାସଲ କରିବା ସହ ଶହେ କୋଟିରେ ସାମିଲ ହୋଇଥିଲା।

ସାରା ଅଲୀ ଖାନ: ‘କେଦାରନାଥ’ ମାଧ୍ୟମରେ ଏହି ଦ୍ବିତୀୟ ଷ୍ଟାର୍-କିଡଙ୍କ ପଦାର୍ପଣ ମଧ୍ୟ ଜୋରଦାର ଥିଲା । ସୈଫ ଅଲୀ ତଥା ତାଙ୍କର ପ୍ରଥମ ପତ୍ନୀ ଅମୃତା ସି˚ହଙ୍କ ଏହି କନ୍ୟା ନିଜ ଅଭିନୟ ପ୍ରତିଭା ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି। ତାଙ୍କର ଦ୍ବିତୀୟ ଫିଲ୍ମ ‘ଶିମ୍ବା’।

ଵାରୀନା ହୁସୈନ: ‘ଲଭଯାତ୍ରୀ’ ମାଧ୍ୟମରେ ବଲିଉଡ୍ରେ ପଦାର୍ପଣ କରିଥିଲେ ଵାରୀନା। ଏଠାରେ ତାଙ୍କର କେହି ଗଡ୍ଫାଦର୍ ନାହାନ୍ତି। ତାଙ୍କ ଜାତୀୟତା ଅଫଗାନ। ପ୍ରଥମ ଫିଲ୍ମ ଫ୍ଲପ୍ ହୋଇଯାଇଥିବାରୁ, ତାଙ୍କର ଭବିଷ୍ୟତ୍ ବାବଦରେ କିଛି ଅନୁମାନ ଲଗାଇବା କଷ୍ଟକର।

ବନିତା ସାନ୍ଧୁ: ପ୍ରଥମ ଫିଲ୍ମ ‘ଅକ୍ଟୋବର’ ସାଧାରଣ ବ୍ୟବସାୟ କରିଥିଲା। ତାଙ୍କ ଜାତୀୟତା ବ୍ରିଟିସ୍ ଏବ˚ ବୟସ କୋଡ଼ିଏରୁ କମ୍। ଏଗାର ବର୍ଷ ବୟସରୁ ମଡେଲି˚ କରୁଛନ୍ତି। ଏବେ ସ୍ନାତକ ଛାତ୍ରୀ। ତାଙ୍କ କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ୍ ଆଗରେ ବୋଲି ଅନୁମାନ କରାଯାଉଛି।

ଇଶାନ ଖଟ୍ଟର: ନାୟକ ଭାବେ ପ୍ରଥମ ଫିଲ୍ମ ‘ଧଡ଼କ’। ସାହିଦ କପୂରଙ୍କ ସ˚ପର୍କୀୟ ଭାଇ। ପୂର୍ବରୁ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଜଣାଯାଏ।

ଆୟୁଷ ଶର୍ମା: ସଲମାନ ଖାନଙ୍କ ଭିଣୋଇ; ତାଙ୍କ ଭଗିନୀ ଅର୍ପିତାଙ୍କ ପତି। ପ୍ରଥମ ଫିଲ୍ମ ‘ଲଭ୍ୟାତ୍ରୀ’ ଫ୍ଲପ୍।

                                                    ୨୦୧୮ ର ଚର୍ଚ୍ଚିତ ବିବାହ 

ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍: ଡିସେମ୍ବର ପହିଲାରେ ବିବାହ କରିଥିଲେ ପ୍ରିୟଙ୍କା, ନିଜର ଅନ୍ତରଙ୍ଗ ବନ୍ଧୁ ନିକ୍ଙ୍କୁ। ଯୋଧପୁରସ୍ଥିତ ଉମେଦ ଭବନ ପାଲେସ୍ରେ ବିବାହ ଅନୁଷ୍ଠିତ ହୋଇଥିଲା। ୨୦୧୬ରୁ ନିକ୍ଙ୍କ ସହ ତାଙ୍କର ସ˚ପର୍କ ଥିଲା। ନିକ୍ ମାର୍କିନ୍ ନାଗରିକ ଏବ˚ ଏକଧାରରେ ଗାୟକ, ଅଭିନେତା ଓ ସ˚ଗୀତ ଲେଖକ।

ଦୀପିକା ପାଦୁକୋଣ-ରଣବୀର ସି˚ହ: ଇଟାଲିର ଲେକ୍ କୋମୋରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ନଭେମ୍ବର୍ ୧୪ରେ। ଗତ ଛଅ ବର୍ଷ ହେଲା, ଦୁହିଁଙ୍କ ମଧ୍ୟରେ ସ˚ପର୍କ ଥିଲା। ପ୍ରଥମେ କୋଙ୍କଣୀ ରୀତିରେ, ତାହା ପରେ ସିନ୍ଧୀ ପର˚ପରାରେ ବିବାହ ଅନୁଷ୍ଠିତ ହୋଇଥିଲା। ଭାରତ ଫେରିବା ପରେ ସେମାନେ ତିନି ତିନି ଥର ଭୋଜି ଦେଇଥିଲେ।

ନେହା ଧୂପିୟା-ଅ˚ଗଦ ବେଦୀ: ଏ ଦୁହେଁ ଚୁପ୍ଚାପ ନୂଆ ଦିଲ୍ଲୀରେ ବିବାହ କରିଥିଲେ ମେ ୧୦ ତାରିଖରେ। ପାର˚ପରିକ ସିଖ ରୀତିରେ ବିବାହ ହୋଇଥିଲା।

ସୋନମ କପୂର- ଆନନ୍ଦ ଆହୂଜା: ମେ ୮ରେ ବ୍ୟବସାୟୀ ଆନନ୍ଦ ଆହୂଜାଙ୍କୁ ମୁମ୍ବଈରେ ବିବାହ କରିଥିଲେ ସୋନମ କପୂର। ସେମାନଙ୍କ ବର୍ଣ୍ଣାଢ଼୍ୟ ବିବାହର କାହାଣୀ ଅନେକ ଦିନ ଯାଏ ଚର୍ଚ୍ଚାରେ ରହିଥିଲା।

ସୋନିଆ କପୂର-ହିମେଶ ରେଶମୀୟା: ଦୁହେଁ ବାହା ହୋଇଥିଲେ ମେ ୧୧ ତାରିଖରେ। ସୋନିଆ ଟେଲିଭିଜନ୍ ଅଭିନେତ୍ରୀ। ଏହା ଥିଲା ହିମେଶଙ୍କ ଦ୍ବିତୀୟ ବିବାହ। ପ୍ରଥମ ପତ୍ନୀଙ୍କୁ ବିବାହର କୋଡ଼ିଏ ବର୍ଷ ପରେ ସେ ଛାଡ଼ପତ୍ର ଦେଇଥିଲେ।

ଅ˚କିତା କନଵର-ମିଲିନ୍ଦ ସୋମନ: ଏପ୍ରିଲ ୨୨ରେ ମୁମ୍ବଈର ଅଲୀବାଗରେ ଦୁହେଁ ମରାଠା ପର˚ପରା ଅନୁଯାୟୀ ବାହା ହୋଇଥିଲେ।

ମଦାଲସା ଶର୍ମା-ମିମୋ ଚକ୍ରବର୍ତ୍ତୀ: ସେହି ପରି ଏଇଟି ମଧ୍ୟ ଏ ବର୍ଷର ଆଉ ଏକ ଚର୍ଚ୍ଚିତ ବିବାହ ଥିଲା। ବିବାଦୀୟ ପରିସ୍ଥିତିରେ ମିଥୁନ ଚକ୍ରବର୍ତ୍ତୀ ତନୟ ମିମୋ ଓରଫ ମହାକ୍ଷୟ, ମଦାଲାସାଙ୍କୁ ବିବାହ କରିଥିଲେ, ୧୦ ଜୁଲାଇରେ।