ସିଏଜି ଧରିଲେ ଇନ୍ଦିରା ଆବାସର ସତ ! ଫଟୋ ଗୋଟିଏ, କିନ୍ତୁ ହିତାଧିକାରୀ ଅନେକ

48

କନକ ବ୍ୟୁୋରା : ୨୦୧୬-୧୭ ଆର୍ଥିକ ବର୍ଷର ରିପୋର୍ଟ ଦେଇଛନ୍ତି ସିଏଜି । ସରକାରଙ୍କ ଆର୍ଥିକ ପରିଚାଳନା ଓ କ୍ଷତି ନେଇ ଖୁଣ ବାହାର କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ । ଇନ୍ଦିରା ଅବାସ ଭଳି ସରକାରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା ଅନିୟମିତତାକୁ ଧରିଛନ୍ତି ସିଏଜି । ଗୋଟିଏ ଘରର ଫଟୋକୁ କିପରି ଦୁଇଟି ହିତାଧିକାରୀଙ୍କ ନାଁରେ ଦେଖାଯାଇଛି, ତାହାର ଉଦାହରଣ ଦେଖାଇଛନ୍ତି ସିଏଜି ।

ନରେଗା ସଫ୍ଟ ଭୁବନରେ ସୁନ୍ଦରଗଡ଼ ଜାମୁଡିହି ଗ୍ରାମ ପଂଚାୟତର ଗୋଟିଏ ଇନ୍ଦିରା ଆବାସ ଫଟୋକୁ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଦରଜ କରାଯାଇଥିବା ଦର୍ଶାଯାଇଛି । ଅଡିଟ୍ ସମୟରେ ଏଭଳି ତ୍ରୁଟି ଧରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ।

ଗୋଟିଏ ପଟେ ସରକାରଙ୍କ ସଫଳତା ଓ ବିଫଳତା ସିଏଜି ବଖାଣୁଥିବା ବେଳେ ଅନ୍ୟପଟେ ଲୋକୟୁକ୍ତ ନିଯୁକ୍ତି ଦାବିରେ ବିଧାନସଭାରେ ହଙ୍ଗାମା । ବିଧାନସଭାରେ ଲୋକାପାଳ ଆଇନ କାର୍ଯ୍ୟକାରୀ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ । ପ୍ରଶ୍ନକାଳ ସମୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପୂର୍ବତନ ଲୋକପାଳଙ୍କ ଦେହାନ୍ତକୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ନୂଆ ଲୋକପାଳ କିମ୍ବା ଲୋକାୟୁକ୍ତ ନିଯୁକ୍ତି କାହିଁକି କରିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ନରସିଂହ । କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ କରିଥିବା ବେଳେ ପରେ ପରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଗୃହରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ପ୍ରଥମେ ସାଢେ ୧୨ଟା ଓ ପରେ ଦିନ ୩ଟା ଯାଏ ମୂଲତବୀ କରିଥିଲେ ।