ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ସାଂଘାତିକ କଥା ! ପ୍ରସନ୍ନ ହାରିବା ପଛରେ ଥିଲା ବିଜେଡି ଷଡଯନ୍ତ୍ର?

27

କନକ ବ୍ୟୁରୋ : ପୂର୍ବତନ ବିଜେପୁର ବିଧାୟକ ଅଶୋକ ପାଣିଗ୍ରାହୀ ଖୋଲିଲେ ୨୦୧୪ର ଷଡଯନ୍ତ୍ରର ନକ୍ସା । କିପରି ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳୀୟ ନେତା ହରାଇଥିଲେ, ସେ ଅଭିଯୋଗ ଉଠାଇଲେ ଅଶୋକ । ଜାଣିଶୁଣି ପୁରୁଣା ବିଜୁ ପରିବାରର ସଦସ୍ୟ ଥିବା କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କୁ ଜିତାଇବା ପାଇଁ ପ୍ରସନ୍ନଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିଲେ, ସେ କଥା ବଖାଣି ପୁଣି ଥରେ ବିଜେଡିର ଅର୍ନ୍ତଦ୍ୱନ୍ଦ୍ୱକୁ ପଦାରେ ପକାଇଲେ ।

୨୦୧୪ ନିର୍ବାଚନରେ ଦଳର ଅନ୍ୟତମ ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇବା ପାଇଁ ବିଜେଡି ଶିବିରରୁ ହୋଇଥିଲା ଗୋଟି ଚାଳନା । ଆଉ ନିର୍ବାଚନରେ ବି ସୁବଳଙ୍କଠାରୁ ୪୫୮ ଭୋଟରେ ପରାଜିତ ହୋଇଥିଲେ ପ୍ରସନ୍ନ । ୨୦୦୯ ମସିହାରେ ପ୍ରସନ୍ନଙ୍କୁ ରେଢାଖୋଲରୁ ବିଜେଡି ପ୍ରାର୍ଥୀ କରାଯାଇଥିଲା । ସେଠାରୁ ବିଧାୟକ ହେବା ପରେ ସ୍ୱାସ୍ଥ୍ୟ ଓ ଅର୍ଥ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇଥିଲେ ପ୍ରସନ୍ନ । ହେଲେ ୨୦୧୪ ନିର୍ବାଚନରେ ରୋହିତ ପୂଜାରୀଙ୍କୁ ରେଢାଖୋଲରୁ ପ୍ରାର୍ଥୀ କଲା ବିଜେଡି । ବେଶ୍ କିଛି ଦିନ ଯାଏ ଏହି ସସ୍ପେନସ୍ ଲାଗି ରହିଲା ଯେ କେଉଁଠୁ ଲଢିବେ ପ୍ରସନ୍ନ? ଶେଷରେ ମିଳଲା ବିଜେପୁର ଟିକେଟ୍ । ପ୍ରଶ୍ନ ଉଠୁଛି-
– କଣ ଜାଣିଶୁଣି ବିଜେଡିର ସେଫ୍ ସିଟ ରେଢାଖୋଲରୁ ପ୍ରସନ୍ନଙ୍କୁ ବାଦ୍ ଦିଆଗଲା?
– କଣ ଜାଣିଶୁଣି ନୂଆ ନିର୍ବାଚନମଣ୍ଡଳୀ ବିଜେପୁରରେ ପ୍ରଚାର ପାଇଁ କମ୍ ସମୟ ଦେବାକୁ ମିଳିଲା ଦଳୀୟ ଏଜେଣ୍ଡା ଦାୟିତ୍ୱ?

ବିଜେପୁର ଗଣିତକୁ ନେଇ ଏବେ ଚର୍ଚ୍ଚା । ରୀତା ସାହୁ ବିଜେଡିରେ ମିଶିବା ପରେ ପ୍ରସନ୍ନ କହିଥିଲେ ପ୍ରାର୍ଥୀ କିଏ ହେବ, ନିଷ୍ପତ୍ତି ପରେ ନିଆଯିବ । ହେଲେ ତା ପର ଦିନ ନବୀନ ମାରିଲେ ଗୀତାଙ୍କ ନାଁରେ ମୋହର । ଫଳରେ ପ୍ରସନ୍ନଙ୍କୁ ପୁଣି ଲାଗିଲା ଧକ୍କା ।