୨୦୦୦ ନୋଟର ଆୟୁଷ କେତେ? ୫ ବର୍ଷ ପରେ ବନ୍ଦ ହେବା ନେଇ ଅର୍ଥଶାସ୍ତ୍ରୀ ଗୁରୁମୂର୍ତ୍ତୀଙ୍କ ସୂଚନା

31

କନକ ବ୍ୟୁରୋ : ଲୋକପ୍ରିୟ ହିନ୍ଦି ନ୍ୟୁଜ୍ ଚ୍ୟାନେଲ ଆଜ୍ ତକକୁ ସାକ୍ଷାତକାର ଦେଇ ଅର୍ଥଶାସ୍ତ୍ରୀ ତଥା ସଂଘ ବିଚାରକ ଗୁରୁମୂର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଏହି ସାକ୍ଷାତକାର ସମୟରେ ସେ କହିଛନ୍ତି- ପର୍ଯ୍ୟାୟକ୍ରମେ ୫ ବର୍ଷ ମଧ୍ୟରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ । ନୋଟ୍ ବନ୍ଦ ନିଷ୍ପତି ପରେ ଅର୍ଥ ସଂକଟକୁ ଭରଣା କରିବା ଉଦ୍ଦେଶ୍ୟରେ ସରକାର ଏହି ୨ ହଜାର ଟଙ୍କିଆ ନୋଟ୍ ବଜାରକୁ ଆଣିଥାଇ ପାରନ୍ତି ବୋଲି ଗୁରୁମୂର୍ତ୍ତୀ ଏହି ସାକ୍ଷାତକାରରେ କହିଛନ୍ତି ।

ଛୋଟ ନୋଟ୍ ଉପରେ ସରକାରଙ୍କ ବେଶୀ ଭରସା ରହିଛି । ତେଣୁ ଆସନ୍ତା ୫ ବର୍ଷ ଭିତରେ ବଡ଼ ନୋଟ୍ ପ୍ରଚଳନକୁ ବନ୍ଦ କରିଦିଆଯିବ । ମାତ୍ର ଅର୍ଥନୀତିରେ ସମନ୍ୱୟ ରଖିବା ଉଦ୍ଦେଶ୍ୟରେ ଏହି ନୋଟ୍ ସରକାର ଆଣି ଥାଇପାରନ୍ତି । ତେବେ ଭବିଷ୍ୟତରେ ୫ଶହ ଟଙ୍କିଆ ନୋଟ୍ ହିଁ ବଡ଼ ନୋଟ୍ ଭାବରେ କାର୍ଯ୍ୟକରିବ ବୋଲି ସେ କହିଛନ୍ତି ।

ସେହିପରି ଆମାଗୀ ଦିନରେ ୨୫୦ ଟଙ୍କିଆ ଏବଂ ନୂଆ ୧୦୦ ଟଙ୍କିଆ ନୋଟ୍ ମଧ୍ୟ ଜାରି ହେବ ବୋଲି କହିଛନ୍ତି । ଗୁରୁମୂର୍ତ୍ତୀ ହେଉଛନ୍ତି ଦେଶର ଜଣେ ଜଣାଶୁଣା ଅର୍ଥଶାସ୍ତ୍ରୀ । ଯିଏ ବର୍ତମାନ ସଂଘର ବିବେକାନନ୍ଦ ଫାଉଂଡେସନରେ ଏକ ପ୍ରମୁଖ ପଦରେ ଅଛନ୍ତି ।