ଦିଲ୍ଲୀ ଦରବାରରେ ବକ୍ସି ଜଗବନ୍ଧୁ ! ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବକୁ ଉଦଘାଟନ କଲେ ରାଷ୍ଟ୍ରପତି

15

କନକ ବ୍ୟୁରୋ : ଦିଲ୍ଲୀ ଦରବାର ପାଳିତ ହେଲା ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି । ଉତ୍ସବ ଆରମ୍ଭରେ ପ୍ରଦର୍ଶିତ ହୋଇଛି ପାଇକ ବିଦ୍ରୋହ ଉପରେ ଏକ ଡକ୍ୟୁମେଂଟାରୀ । କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପ୍ରାମାଣିକ ଚିତ୍ରରେ ପାଇକ ବୀର ଗାଥାକୁ ଉପସ୍ଥାପନ କରାଯାଇଛି । ଉତ୍ସବରେ ଉଦବୋଧନ ଦେଇ ପ୍ରଣବ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି ।

ସେ କହିଛନ୍ତି ସିପାହୀ ବିଦ୍ରୋହର ବହୁ ପୂର୍ବରୁ ପାଇକ ବିଦ୍ରୋହ ହୋଇଥିଲା । ଏହି ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜମାନେ ପାଇକମାନଙ୍କ ଉପରେ ବହୁ ଅତ୍ୟାଚାର କରିଥିଲେ । ଏହା ସହିତ ପାଇକ ବିଦ୍ରୋହ ଉପରେ ଡକ୍ୟୁମେଂଟାରୀ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଣବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ପାଇକ ବିଦ୍ରୋହ ଓଡିଶାର ସ୍ୱାଭିମାନର ସ୍ୱର । ଓଡିଶା ତାର ହକ୍ ପାଇବା ପାଇବା ପାଇଁ ଲଢ଼େଇ ଜାରି ରଖିବ ।