ଖୁବଶୀଘ୍ର ବଜାରକୁ ଆସିବ ଦୁଇ ଶହ ଟଙ୍କିଆ ନୋଟ୍ ! ନୋଟ୍ ଛାପିବା ପ୍ରସ୍ତାବକୁ ମଂଜୁରୀ ଦେଇଥିଲା ରିଜର୍ଭ ବ୍ୟାଙ୍କ

33

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ୨ଶହ ଟଙ୍କିଆ ନୋଟ୍ ଛପାଇବା ଆରମ୍ଭ କରିଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆରବିଆଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ୨ଶହ ଟଙ୍କିଆ ନୋଟ୍ ଛପାଇବା ପ୍ରସ୍ତାବକୁ ପୂର୍ବରୁ ଆରବିଆଇ ବୋର୍ଡ ମଂଜୁରୀ ପ୍ରଦାନ କରିସାରିଛି ।

ତେଣୁ ଏହାର ଛପା କାର୍ଯ୍ୟ ଆରମ୍ଭ ହୋଇଥିବା ଖବରକୁ ଅସ୍ୱୀକାର କରାଯାଇପାରିବ ନାହିଁ । ୨ଶହ ଟଙ୍କିଆ ନୋଟ୍ ଆସିଲେ ବଜାରରେ ଟଙ୍କା କାରବାର କରିବା ସହଜ ହେବ । ବର୍ତ୍ତମାନ ବଜାରରେ ପ୍ରଚଳିତ ୨ ହଜାର ଟଙ୍କିଆ ନୋଟ୍ ର ବିନିମୟରେ ୨ଶହ ନୋଟର ଖୁଚୁରା ଗ୍ରାହକଙ୍କୁ ସୁବିଧା ଦେଇପାରିବ ।