ଭୁବନେଶ୍ୱରରେ ପହଞ୍ଚିଲା ମାସ୍କ । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ୨୦ ହଜାର ଏନ-୯୫ ମାସ୍କ ସହ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ବି ପହଞ୍ଚିଲା
କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ମାସ୍କ । ସ୍ୱତନ୍ତ୍ର ବିମାନ ଯୋଗେ ଏନ-୯୫ ମାସ୍କ ଭୁବନେଶ୍ୱରରେ ପହଞ୍ଚିଲା । କରୋନା ମୁକାବିଲା ପାଇଁ ୨୦ ହଜାର ଏନ-୯୫ ମାସ୍କ ସ୍ୱତନ୍ତ୍ର ବିମାନରେ ଆସିଲା । ଏଥିସହ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ବି ରାଜ୍ୟ ଔଷଧ ନିଗମର କେନ୍ଦ୍ରୀୟ ଔଷଧ ଭଣ୍ଡାରରେ ପହଞ୍ଚାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଦିଗରୁ ପ୍ରଚେଷ୍ଠା ଚଳାଇଥିବା ବେଳେ ବଜାରରେ ମାସ୍କର ଅଭାବ ଦେଖି ଆଜି ସ୍ୱତନ୍ତ୍ର ବିମାନରେ ଆଣିଛନ୍ତି । ଜାନୁଆରୀ ମାସରୁ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଔଷଧ ନିଗମକୁ ମାସ୍କ କିଣିବା ପାଇଁ ଅର୍ଡର ଦେଇଥିଲା ରାଜ୍ୟ ଔଷଧ ନିଗମ । ଆଉ ଶେଷରେ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି ମାସ୍କ ।
ଭୁବନେଶ୍ଵରରେ ସ୍ଵତନ୍ତ୍ର ବିମାନ ଯୋଗେ ପହଂଚିଲା ୨୦ ହଜାର N-95 ମାସ୍କ । ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ମଧ୍ୟ ପହଂଚିଲା । କରୋନା ମୁକାବିଲା ନେଇ ରାଜ୍ୟ ଔଷଧ ନିଗମ ଦେଇଥିଲା କ୍ରୟାଦେଶ । #KanakNews #Bhubaneswar #OdishaFightsCoronaVirus#OdishaUnderLockDown#CoronaVirus#Odisha#Covid19 pic.twitter.com/MR4gfJM259
— Kanak News (@kanak_news) March 28, 2020
ଗତ କିଛି ଦିନ ତଳେ କରୋନା ମୁକାବିଲା ପାଇଁ ଲୋକେ ମାସ୍କ ଏବଂ ସାନିଟାଇଜର କିଣିବା ପାଇଁ ଔଷଧ ଦୋକାନରେ ଲମ୍ବା ଲାଇନ ଲଗାଇଥିଲେ । ଏମିତିକି ଲୋକେ ଆବଶ୍ୟକତା ଠାରୁ ଅଧିକ କିଣି ନେବା ପରେ ଖାଲି ଭୁବନେଶ୍ୱରରେ ନୁହେଁ ସାରା ଓଡିଶାରେ ମାସ୍କର ଘୋର ଅଭାବ ଦେଖାଦେଇଥିଲା । ବଜାରରେ ମାସ୍କର ଚାହିତ ଅଧିକ ଥିବାରୁ ଦୋକାନୀ ମାନେ ମଧ୍ୟ ଚଢା ଦରରେ ବିିକ୍ରି କରୁଥିବା ଅଭିଯୋଗ ହେଉଥିଲା । ତେବେ ମାସ୍କର ଅଭାବ ଓ ଆବଶ୍ୟକତା ଦେଖି କିଛି ଲୋକ କପଡାରେ ମାସ୍କ ସିଲେଇ କରି ସାଧାରଣ ଲୋକଙ୍କୁ ମାଗଣାରେ ବାଣ୍ଟିଥିଲେ । ଆଉ ଆଜି ଭୁବନେଶ୍ୱରରେ ପହଞ୍ଚିଛି ମାସ୍କ ।