ଖୁବଶୀଘ୍ର ଆପଣଙ୍କ ହାତକୁ ଆସିବ ୨୦ ଟଙ୍କିଆ ମୁଦ୍ରା ! ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

255

ଖୁବ ଶୀଘ୍ର ଆପଣଙ୍କ ପାଖକୁ ଆସିବ ୨୦ ଟଙ୍କିଆ କଏନ୍ । ୨୦ ଟଙ୍କିଆ ନୋଟ୍ ପରି ୨୦ ଟଙ୍କିଆ କନଏ ଖୁବଶୀଘ୍ର ବ୍ୟବହାର କରିପାରିବେ । ଏହି ମୁଦ୍ରାକୁ ନେଇ ବିତ୍ତ ମନ୍ତ୍ରାଳୟ ତରଫରୁ ନୋଟିଫିକେସନ ଜାରି କରାଯାଇଛି । ୨୦ ଟଙ୍କିଆ କଏନର ଆକାର ୨୭ ଏମଏମ ରହିବ ବୋଲି ଜଣାପଡ଼ିଛି । ୨୦ ଟଙ୍କିଆ ମୁଦ୍ରାର ସାମ୍ନା ପଟେର ଅଶାକ ସ୍ତମ୍ଭର ସିଂହ ଚିହ୍ନ ରହିବ । ଆଉ ତା’ତଳେ ସତ୍ୟମେବ ଜୟତେ ଲେଖା ରହିବ । ବାମ ପଟେ ହିନ୍ଦୀରେ ଭାରତ ଓ ଡାହଣରେ ଇଣ୍ଡିିଆ ଶବ୍ଦ ଲଖାରହିବ ।

କଏନର ସାମ୍ନା ପଟେ ଅନ୍ତର୍ଜାତୀୟ ଅଙ୍କରେ ଅଙ୍କିତ ମୂଲ୍ୟ ୨୦ ଲେଖା ରହିବ । ଭାରତକ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ମୁଦ୍ରାରେ ଖାଦ୍ୟଶଷ୍ୟର ଡିଜାଇନ୍ ମଧ୍ୟ ରହିବ । ତମ୍ବା, ଦସ୍ତା ଓ ନିକେଲ ଧାତୁରେ ତିଆରି ହେବ ଏହି ମୁତ୍ରା । ତେବେ ଏହାର ଓଜନ କେତେ ରିହବ ତାହା ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ୨୦୦୯ରେ କେନ୍ଦ୍ର ସରକାର ୧୦ ଟଙ୍କା କଏନ୍ ଜାରି କରିଥିଲେ ।