ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଘଟଣ । ଟ୍ରେନରେ ଖାଦ୍ୟ ଖାଇ ଅନେକ ଯାତ୍ରୀ ଅସୁସ୍ଥ

ବୋକାରୋ ଷ୍ଟେସନରେ ଟ୍ରେନ ଅଟକାଇ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କଲେ ଡାକ୍ତରୀ ଟିମ୍

526

କନକ ବ୍ୟୁରୋ: ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ୍ ପଏଜନିଂ ଅଭିଯୋଗ । ଟ୍ରେନରେ ଖାଦ୍ୟ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିଶେଷ କରି ଆମିଷ ଖାଇଥିବା ଯାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି ।

ଘଟଣା ନେଇ ଅଭିଯୋଗ ପରେ ବୋକାରୋ ଷ୍ଟେସନରେ ଟ୍ରେନ୍ ରହିଥିଲା । ଏଠାରେ ଡାକ୍ତରୀ ଟିମ୍ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରିଛନ୍ତି । ଗତକାଲି ଅପରାହ୍ନ ୫ଟା ୫୫ ମିନିଟରେ ଦିଲ୍ଲୀ ଛାଡିଥିଲା ରାଜଧାନୀ ଏକ୍ସପ୍ରେସ । ଟ୍ରେନ୍ ନଂବର ୨୨୮୨୪ ରେ ଆସୁଥିବା ଯାତ୍ରୀ ଏହି ଫୁଡ ପଏଜନିଂର ଶିକାର ହୋଇଥିବା ଜଣାପଡିଛି ।