ଦେଶବାସୀଙ୍କ ପାଇ ଉପହାରର ବର୍ଷା କଲେ ମୋଦି ସରକାର ! ୨୦ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା

37

ଆଉ ଦିନ କେଇଟାରେ ମୋଦି ସରକାରର କାର୍ଯ୍ୟକାଳକୁ ୪ ବର୍ଷ ପୂରଣ ହେବ । ତେବେ ଏହା ପୂର୍ବରୁ ମୋଦି ସରକାର ଦେଶବାସୀଙ୍କ ପାଇଁ ଉପହାରର ବର୍ଷା କରିଛନ୍ତି । ୪ ବର୍ଷ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଅନେକ ଯୋଜନା ଘୋଷଣା କରିଛନ୍ତି । ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଘୋଷଣା କରାଯାଇଛି । ଖାସକରି ସ୍ୱାସ୍ଥ୍ୟ ଓ କୃଷକଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । କ୍ୟାବିନେଟ ବୈଠକରେ କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ଓ ଦେଶରେ ୨୦ଟି ନୂଆ ଏମ୍ସ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, କୃଷି ବିଭାଗର ୧୧ଟି ଯୋଜନାକୁ ଏକାଠି କରି ହରିିତ କ୍ରାନ୍ତି କୃଷି ଉନ୍ନତି ଯୋଜନା ଘୋଷଣା କରାଯିବ । ଏହି ଯୋଜନାରେ ବଜେଟରେ ମଧ୍ୟ ବୃଦ୍ଧି କରାଯିବ । ଏହି ଯୋଜନାରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ମୋଟ ୩୩,୨୭୩ କୋଟି ଟଙ୍କାର ବଜେଟ ରଖାଯାଇଛି । ଏହାବ୍ୟତୀତ ନବନିର୍ମାଣ ଯୋଜନାରେ ୩ଟି ଏୟାରପୋର୍ଟକୁ ଅପଗ୍ରେଡ଼ କରିବାକୁ ମଞ୍ଜୁରୀ ଦେଇଛନ୍ତି ମୋଦି ସରକାର । ଚେନ୍ନାଇ, ଲକ୍ଷେ୍ନା, ଗୌହାଟୀ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ । ଏଥିପାଇଁ ମୋଟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।