ସୁକମାର ବଦଲା ବିଜାପୁରରେ ! କୋବ୍ରା ଯବାନଙ୍କ ବେଶରେ ଥିବା ୨୦ ନକ୍ସଲଙ୍କୁ ମାରିଲା ସିଆରପିଏଫ୍

76

କନକ ବ୍ୟୁରୋ : ରକ୍ତରଞ୍ଜିତ ହେଲା ଲାଲଗଡ । ମାଓ ଇଲାକାରେ ପଶି ମାଓବାଦୀଙ୍କୁ ମାତ ଦେଲା ସୁରକ୍ଷାବାହିନୀ । ସୁକମା ହମଲାର ବଦଲା ନେଇଛି ସିଆରପିଏଫ । ନକ୍ସଲ ବିରୋଧୀ ଅପରେସନକୁ ମିଳିଛି ବଡ ସଫଳତା । ଛତିଶଗଡର ମାଓ ଉପଦୃତ ବିଜାପୁରରେ ବଡ ଧରଣର ଅପରେସନ୍ କରିଛି କେନ୍ଦ୍ରୀୟ ସୁରକ୍ଷା ବଳ । ଏଥିରେ ୨୦ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି ସିଆରପିଏଫ ଆଇଜି ।

ଏହା ସହ ସୁକମାରୁ ୮ ମାଓବାଦୀଙ୍କୁ ମଧ୍ୟ ଗିରଫ କରାଯାଇଛି । ମାଓ ବିରୋଧୀ ଏହି ମିଳିତ ଅପରେସନରେ ସାମିଲ ଥିଲେ ୩୫୦ ସୁରକ୍ଷାକର୍ମୀ । ମିଳିଥିବା ସୂଚନା ଅନୁସାରେ ପ୍ରଥମଥର ଲାଗି ମାଓବାଦୀ ମାନେ କୋବ୍ରା ବାହିନୀ ୟୁନିଫର୍ମରେ ଥିଲେ । ବିଜାପୁରରେ ଦୁଇଦିନ ତଳୁ ପୋଲିସ ସୁଚିନ୍ତିତ ଯୋଜନାରେ ଅପରେସନ ଆରମ୍ଭ କରିଥିଲା । ଅପରେସନରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗ୍ରୁପର ଦୁଇ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସପ୍ତାହେ ତଳେ ସୁକମାରେ ୨୫ ସିଆରପିଏଫ ଯବାନଙ୍କୁ ଅତି ନିର୍ମମଭାବେ ହତ୍ୟା କରିଥିଲେ ମାଓବାଦୀ । ଏହି ଘଟଣାକୁ ଅତି ଗୁରୁତର ସହ ନେଇଥିଲେ କେନ୍ଦ୍ର ସରକାର । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ରଣନୀତି ଅନୁସାରେ ମାଓ ବିରୋଧୀ ଅପରେସନକୁ ଜୋରଦାର କରିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଂଟ । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ମାଓ ଅଧ୍ୟୁଷିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।