ବଂଚିବାର ରାହା ଦେଖାଇଲେ ସ୍ୱେଚ୍ଛାସେବୀ : ଠୁଙ୍ଗା ତିଆରି କରି ସ୍ୱାବଲମ୍ବୀ ହେଲେ ୨୦ ଦିବ୍ୟାଙ୍ଗ

43

କନକ ବ୍ୟୁରୋ : ଦିବ୍ୟାଙ୍ଗ ଦିବସ ଆସିଲେ ସରକାରଙ୍କର ମନେପଡ଼େ ଦିବ୍ୟାଙ୍ଗ ମାନଙ୍କ କଥା । ଯୋଜନା ପରେ ଯୋଜନା ଘୋଷଣା କରିଦେଇ ଚାଲିଯାଆନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ  ହେଉଛି ନା ନାହିଁ ତା’ର ହିସାବ କାହା ପାଖରେ ନଥାଏ । ଏବେବି ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି ଅନେକ ଦିବ୍ୟାଙ୍ଗ । କିନ୍ତୁ ଜଣେ ସ୍ୱେଚ୍ଛାସେବୀ ମହିଳାଙ୍କ ଚିନ୍ତାଧାରା ବଦଳେଇ ଦେଇଛି ୨୦ ଜଣ ଦିବ୍ୟାଙ୍ଗଙ୍କ ଜୀବନ । ଭିକ୍ଷା ବୃତ୍ତି କରି ବଂଚୁଥିବା ଏହି ଦିବ୍ୟାଙ୍ଗମାନଙ୍କୁ ଏକାଠି କରିଛନ୍ତି ଅନିତା ବା ।

ଏମାନଙ୍କୁ ଠୁଙ୍ଗା ତିଆରି ଶିଖାଇବା ସହ ସ୍ୱାଭିମାନର ସହ ବଂଚିବାର ରାସ୍ତା ଦେଖାଇଛନ୍ତି ଅନିତା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ସମ୍ବଲପୁରରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରିଛନ୍ତି । ଏବେ ସେଠାରେ ୨୦ ଜଣ ଦିବ୍ୟାଙ୍ଗ ରହୁଥିବା ବେଳେ ଠୁଙ୍ଗା ତିଆରି କରି ସେସବୁ ବିକ୍ରି କରୁଛନ୍ତି । ସେଥିରୁ ଉପାର୍ଜନ ହେଉଥିବା ପଇସାରେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହି ଦିବ୍ୟାଙ୍ଗ ମାନଙ୍କୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି ସମ୍ବଲପୁରର ଦୁଇଜଣ ବ୍ୟକ୍ତି ।

ଏଣେ ତେଣେ ବୁଲି ଭିକ ମାଗୁଥିବା ଦେଖି ଏମାନଙ୍କୁ ଉଦ୍ଧାର କରିବା ସହ ଠୁଙ୍ଗା ତିଆରି କରିବା ଶିଖାଇଛନ୍ତି । ଯାହାଦ୍ୱାରା ନିଜେ ରୋଜଗାର କରିବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ପ୍ରକଟ କରିଛନ୍ତି ସ୍ୱେଚ୍ଛାସେବୀ । ସହଯୋଗର ହାତ ବଢାଇଲେ ସେମାନେ ବି ଅନ୍ୟମାନଙ୍କ ପରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :