ନୂଆବର୍ଷରେ ନୂଆ ଇତିହାସ ରଚିଲା ହ୍ୱାଟସଆପ ! ଗୋଟିଏ ଦିନରେ ୨୦୦୦ କୋଟି ମେସେଜ ପଠାଇ ରେକର୍ଡ କଲେ ଭାରତୀୟ ୟୁଜର୍ସ

56

ଦିନକୁ ଦିନ ଭାରତରେ ହ୍ୱାଟସଆପର କ୍ରେଜ ବଢିବାରେ ଲାଗିଛି । ଭାରତରେ ଏବେ ବେଶ ଲୋକପ୍ରିୟ ହୋଇପାରିଛି ହ୍ୱାଟସଆପ । ଏପରିକି ହ୍ୱାଟସଆପ ଯୋଗେ ଭାରତବାସୀ ଏବେ ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ହ୍ୱାଟସଆପ ବ୍ୟବହାର କରୁଥିବା ଭାରତୀୟ ୟୁର୍ଜର ଏବେ ଏକ ନୂଆ କାରନାମା କରି ଦେଖାଇଛନ୍ତି । ନୂଆବର୍ଷରେ ଭାରତୀୟ ମାନେ ପାଖାପାଖି ୨୦୦୦ କୋଟି ଥର ନୂଆବର୍ଷର ଶୁଭକାମନା ମେସେଜ ପଠାଇ ନୂଆ ରେକର୍ଡ କରିଛନ୍ତି । ଏନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।

9e88c90b1bcc92315833542efc79201f97a6f89cନୂଆବର୍ଷ ଆରମ୍ଭରୁ ୨ ଘଣ୍ଟା ପାଇଁ ହ୍ୱାଟସଆପ ସର୍ଭର ଦୁଇ ଘଣ୍ଟା ଡାଉନ ରହିଥିଲେ ମଧ୍ୟ ପୁରୁଣା ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଭାରତବାସୀ । ହ୍ୱାଟସଆପର କହିବା ଅନୁଯାୟୀ, ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ହ୍ୱାଟସଆପ ଇତିହାସରେ ସବୁଠାରୁ ଅଧିକ ମେସେଜ ପଠାଯାଇଥିଲା । ଏଥିମଧ୍ୟରୁ ଭାରତୀୟ ମାନେ କେବଳ ୧୪ ବିଲିୟନ ମେସେଜ ପଠାଇଥିଲେ ।

ତେବେ ଯଦି ବିଶ୍ୱସ୍ତରରେ ଦେଖାଯାଏ, ନୂଆବର୍ଷରେ ମୋଟ ୭୫୦୦ କୋଟି ନବବର୍ଷର ଶୁଭକାମନା ମେସେଜ ପଠାଯାଇଛି । ଯାହା ଏକ ରେକର୍ଡ । ସେଥିମଧ୍ୟରୁ କେବଳ ଭାରତୀୟ ୟୁର୍ଜର ୨୦୦୦ କୋଟି ମେସେଜ କରି ଏକ ନିଆରା ରେକର୍ଡ କରିଛନ୍ତି । ଭାରତର ପାଖାପାଖି ୨୦୦ ମିଲିୟନ ବା ୨ ବିଲିୟନ ସକ୍ରିୟ ୟୁର୍ଜର ଏହି ରେକର୍ଡ କରିଛନ୍ତି । ଏହି ୭୫ ବିଲିୟନ ମେସେଜ ମଧ୍ୟରୁ ୧୩ ବିଲିୟନ ଇମେଜ ମେସେଜ ରହିଥିବା ବେଳେ ୫ ବିଲିୟନ ଭିଡ଼ିଓ ମେସେଜ ରହିଥିଲା । ପୁର୍ବବର୍ଷ ଅଥାର୍ତ ୨୦୧୬ରେ ମୋଟ ୬୩ ବିଲିୟନ ମେସେଜ ପଠାଯାଇଥିଲା । କିନ୍ତୁ ରେକର୍ଡକୁ ୨୦୧୮ରେ ହ୍ୱାଟସଆପ ଭାଙ୍ଗିଛି । ନୂଆବର୍ଷରେ ୧୦ ମିଲିୟନ ଲୋକ ଫେସବୁକ ଲାଇଭ କରିଥିଲେ ବୋଲି ମଧ୍ୟ ଫେସବୁକ ଅଧିକାରୀ କହିଛନ୍ତି ।