ଏହି ୨ବର୍ଷୀୟ ଶିଶୁକୁ ଦରକାର ଦୁନିଆର ସବୁଠାରୁ ବିରଳ ରକ୍ତ, ଦୁଇଟି ଦେଶରୁ ମିଳିଲେ ମାତ୍ର ୩ ରକ୍ତଦାତା 

ଶିଶୁ କନ୍ୟାକୁ ବଂଚିବା ପାଇଁ ଦୁନିଆର ସବୁଠାରୁ ବିରଳ ବ୍ଲଡ ଗ୍ରୁପର ଆବଶ୍ୟକତା ଅଛି ।

762

ଦୁଇ ବର୍ଷୀୟ ନିରୀହ ଶିଶୁ କନ୍ୟା ଜୈନବ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଯାହା ଠାରୁ ବଂଚିବା ପାଇଁ ତାଙ୍କୁ ଦୁନିଆର ସବୁଠାରୁ ବିରଳ ବ୍ଲଡ ଗ୍ରୁପର ଆବଶ୍ୟକତା ଅଛି । ଏମିତି ବିରଳ ବ୍ଲଡ ଗ୍ରୁପକୁ ସାରା ଦୁନିଆରେ ଖୋଜା ଯାଉଛି ।

ସୂଚନାଯୋଗ୍ୟ, ଏହି କୁନି ଶିଶୁର ବ୍ଲଡ ଦୁନିଆର କିଛି ବିରଳ ବ୍ଲଡ ଗ୍ରୁପ୍ ମଧ୍ୟରୁ ଗୋଟିଏ । ୨ବର୍ଷୀୟ ଜୈନବର କ୍ୟାନସର ଭଳି ଗମ୍ଭୀର ରୋଗ ଅଛି । ଏହା ଠାରୁ ଜିତିବା ପାଇଁ ତାକୁ ପାଖାପାଖି ୭ରୁ ୧୦ ଲୋକଙ୍କ ରକ୍ତର ଆବଶ୍ୟକତା ଅଛି । ଯାହାକି ଅତ୍ୟନ୍ତ ଦୁର୍ଲଭ ଏବଂ ଏପର୍ଯ୍ୟନ୍ତ ମିଳିପାରିନି । ବିଶେଷଜ୍ଞ ମାନନ୍ତି କି, ପାକିସ୍ତାନୀ, ହିନ୍ଦୁସ୍ତାନୀ ଏବଂ ଇରାନର ମୂଳ ବାସିନ୍ଦାଙ୍କ ସହିତ ହିଁ ଏହି ବ୍ଲଡ ଗ୍ରୁପ୍ ମ୍ୟାଚ କରିପାରିବ । ସାଉଥ  ଫ୍ଲୋରିଡାର ଏକ ଏନଜିଓ ‘ୱାନ ୱଲର୍ଡ’ ସାରା ଦୁନିଆରେ ଶିଶୁ ପାଇଁ ଏହି ବ୍ଲଡ ଗ୍ରୁପ୍ ଖୋଜୁଛି ।

କୌଣସି ବ୍ୟକ୍ତିର ବ୍ଲଡ ଗ୍ରୁପର ଚିହ୍ନଟ ଆଣ୍ଟିଜେନ୍ ଦ୍ୱାରା ହୋଇଥାଏ । ଜୈନବର ରକ୍ତରେ ଇଣ୍ଡିଆନ୍ ବି ନାମକ ଆଣ୍ଟିଜେନ୍ ନାହିଁ । ଶିଶୁର ଶରୀର ଏମିତି ସବୁ ରକ୍ତକୁ ଖାଇଯିବ ଯାହା ତାକୁ ଚଢ଼ାଯିବ । ସେଥିପାଇଁ ଡୋନରଙ୍କ ଠାରେ ମଧ୍ୟ ଏହି ଆଣ୍ଟିଜେନ୍ ନରହିବା ଜରୁରୀ ଏବଂ ଏହା ସହିତ ଏହି ବ୍ଲଡ ଗ୍ରୁପ୍ ‘ଏ’ କିମ୍ବା ‘ଓ’ ହେବା ଜରୁରୀ । ଜୈନବଙ୍କୁ ନ୍ୟୁରୋବ୍ଲାଷ୍ଟୋମା ନାମକ କ୍ୟାନସର ଅଛି । ଯାହାକି ତାର ସ୍ନାୟୁରେ ଅଛି, ଯାହା ପାଇଁ କେମୋଥେରାପିର ଆବଶ୍ୟକତା ଅଛି । ଏହି ରୋଗ ଠାରୁ ଲଢ଼ିବା ପାଇଁ ରକ୍ତର ଆବଶ୍ୟକତା ଜରୁରୀ ।