କୁନି ଓଠରେ ବଡ ଉତ୍ତର ! ଆଶ୍ଚର୍ଯ୍ୟ ହେଲେ ବି ସତ

72

କଥାରେ ଅଛି ‘ତୁଳସୀ ଦୁଇପତ୍ରରୁ ବାସେ’ । ସେମିତି ଜଣେ ତୁଳସୀ ହେଉଛି ହାଇଦ୍ରାବଦର ବିସ୍ମୟ ବାଳିକା ରିମ୍ହାସ୍ । ଯାହାର ପ୍ରତିଭାର ବାସ୍ନା ହାଇଦ୍ରାବାଦର ସୀମା ପାର କରି ପହଂଚିସାରିଛି ପୁରା ଦେଶରେ । ମାତ୍ର ୨ବର୍ଷ ବସୟରେ ସମସ୍ତ ଦେଶ ସହ ରାଜ୍ୟର ରାଜଧାନୀ ମନେରଖି ଆଶ୍ଚର୍ଯ୍ୟ କରିଛି । କେବଳ ସେତିକି ନୁହେଁ ଇତିହାସ ଓ ବିଜ୍ଞାନ ସଂପର୍କିିତ ପ୍ରଶ୍ନର ଉତ୍ତର ମଧ୍ୟ ଅତି ସହଜରେ ଦେଇପାରୁଛି । ପ୍ରଶ୍ନ ପଚାରିବା ମାତ୍ରେ ସଙ୍ଗେ ସଙ୍ଗେ ଉତ୍ତର ଦିଏ ଏହି କୁନି ଝିଅଟି । ଯାହାକୁ ବଡ ବଡ ପିଲା ମଧ୍ୟ ମନେରଖିବା ଅସମ୍ଭବ । ତେବେ ନିଜର ଏହି ଅସମ୍ଭବ ପ୍ରତିଭା ପାଇଁ କୁନି ଝିଅଟି ରାତା ରାତି ପାଲଟି ଯାଇଛି ସୋସିଆଲ୍ ମିଡିଆର ଗୋଟିଏ କୁନି ଷ୍ଟାର୍ ।