ସର୍ଜିକାଲ ଷ୍ଟ୍ରାଇକ୍କୁ ପୁରିଲା ଦୁଇ ବର୍ଷ : ୨୦୧୬ରେ ଶତ୍ରୁ ସୀମାରେ ପରାକ୍ରମ ଦେଖାଇଥିଲେ ଭାରତୀୟ ଯବାନ, ସ୍ମୃତି ମନେପକାଇବା ପାଇଁ ଦେଶ ପାଳୁଛି ପରାକ୍ରମ ପର୍ବ

36

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି ଦୁଇ ବର୍ଷ ପୂରିଛି । ଆଉ ଏ ଅବସରରରେ ଦେଶ ପାଳିଲା ପରାକ୍ରମ ପର୍ବ । ଏହି ଗୌରବମୟ ସଫଳତାକୁ ଦେଶବ୍ୟାପୀ ଉତ୍ସବ ଭଳି ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଉପଲକ୍ଷେ ଦେଶର ୫୧ଟି ସହରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗତକାଲିଠୁ ୩ ଦିନ ଧରି ପରାକ୍ରମର ପର୍ବ ନାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମରେ ଯବାନଙ୍କ ସାହସିକତା ଓ ଗୌରବ ଗାଥାର ସ୍ମୃତିଚାରଣ କରାଯାଉଛି ।

image courtesy -Khabar IndiaTV

୨୦୧୬ ମସିହା ସେପ୍ଟେମ୍ବର ୨୮-୨୯ ରାତି‌ରେ ଭାରତୀୟ ‌ ସେନାବାହିନୀ ଦ୍ବାରା‌ ପାକ୍‌ ଅଧିକୃତ କଶ୍ମୀରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ଆଜି ୨ ବର୍ଷ ପୂରିଛି । ଆତଙ୍କବାଦୀମାନେ ଉରି ସାମରିକ ଘାଟି ଉପରେ ଆକ୍ରମଣ କରିବାରୁ ୧୯ ଜଣ ଯବାନ ସହିଦ ହୋଇଯାଇଥିଲେ । ଏହାର କଡ଼ା ଜବାବ‌ ଦେଇ ଭାରତୀୟ ସେନାବାହିନୀ ପିଓକେରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥି‌େଲ । ଏହି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‌ଯୋଧପୁରରେ ‘ପରାକ୍ରମ ପର୍ବ ଉଦ୍‌ଘାଟନ କରିଛନ୍ତି ଏବଂ ଦେଶ ନିଜର ବୀର ଯବାନଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି  ଯୁଦ୍ଧ ସ୍ମାରକୀସ୍ଥଳରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ ।

Surgical-strikes-1

ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନାବାହିନୀର ମୁଖ୍ୟ ଦେଶର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସେନାବାହିନୀ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି ଯେ ଭାରତ ନିଜର ସାମରିକ ଶକ୍ତି ପାଇଁ ଗର୍ବିତ, ଦେଶର ଯବାନ ଜନ୍ମମାଟିର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ । ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦ୍ବାରା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଇଣ୍ଡିଆ‌ ଗେଟ୍‌ରେ ୩ ଦିନିଆ ପ୍ରଦର୍ଶନୀ ମଧ୍ୟ କରାଯାଉଛି । ଭାରତୀୟ ନୌସେନା ବାହିନୀ ଦ୍ବାରା ମଧ୍ୟ ମୁମ୍ବାଇ ଏବଂ ଗୋଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯାଉଛି  ।