ଭୁଶୁଡୁଛି ଲାଲଗଡ ! ମାଲକାନଗିରି ଏସପି ଆଗରେ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

32

କନକ ବ୍ୟୁରୋ : ଭୁଷୁଡୁଛି ମାଓ ଦୁର୍ଗ । ମାଲକାନଗିରି ଏସ.ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ଦୁଇ କୁଖ୍ୟାତ କ୍ୟାଡର ମହିଳା ମାଓବାଦୀ । କାଲିମେଳା ଦଳମ ଏ.ସି.ଏମ କ୍ୟାଡର ମାଓ ନେତ୍ରୀ ସୁମିତ୍ରା ମାଡବି ଓରଫ ମାନିଲା ଏବଂ ଜାଗି ମାଡକାମି ଓରଫ୍ ନମିତା । ଦିର୍ଘ ୧୫ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ ଥିବା ଏହି ୨ ମାଓବାଦୀଙ୍କ ମୁଣ୍ଡ ବାବଦକୁ ୪-୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଏମାନେ ୨୦୦୯ ଦାମାନଯୋଡି ବକ୍ସାଇଟ ଖଣି ଆକ୍ରମଣ, ପୋଡିଆ ବ୍ଲକ କାର୍ଯ୍ୟାଳୟ ବିସ୍ଫୋରଣ,କନେଷ୍ଟବଳ ଆନନ୍ଦ ପଟ୍ଟନାୟକ ହତ୍ୟା ଘଟଣାରେ ସାମିଲ ଥିଲେ । ଓଡିଶା ସରକାରଙ୍କ ଆତ୍ମ ସମର୍ପଣ ନୀତି ଅନୁଯାଇ ଏମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସ.ପି ମିତ୍ରଭାନୁ ମହାପାତ୍ର ।

ଅନ୍ୟପଟେ, ମୁନିଗୁଡା ପୋଲିସ ନିୟମଗିରି ଦଳମର ଜଣେ ମାଓ ମିଲିସିଆକୁ ଗିରଫ କରିଛି । ଗରଟା ବିସ୍ଫୋରଣ ମାମଲାରେ ମାଓ ମିଲିସିଆକୁ ଗିରଫ କରାଯାଇଥିବା ସୂଚନା ଦେଇଛି ପୋଲିସ । ଗତକାଲି ରାୟଗଡା ଜିଲ୍ଲା ମୁନିଗୁଡା ସାପ୍ତାହିକ ହାଟରୁ ଗରଟା ଗାଁର ସାଇବ ପୁସିକାକୁ ଗିରଫ କରିଥିଲା । ପୁଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କ ପାଇଁ ଖଂଜା ଯାଇଥିବା ବୋମାକୁ ନିଷ୍କ୍ରିୟ ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏପରି ସମ୍ବେଦନଶୀଳ ଘଟଣାରେ ନୀରିହ ଡଙ୍ଗରିଆ ଯୁବକଙ୍କୁ ନିୟୋଜିତ ନ କରିବାକୁ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ରାୟଗଡା ଏସପି ।